ads

Breaking News

ଦିଲ୍ଲୀ ପ୍ୟାରେଡରେ ଭାଗନେଇ ସମ୍ବର୍ଦ୍ଧିତ ହେଲେ ଲରମ୍ଭା କଲେଜର ପ୍ରଖର

 
ବରଗଡ଼ ---୭୫ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ନୂଆଁଦିଲ୍ଲୀ ରେ ଅନୁଷ୍ଠିତ ରାଷ୍ଟ୍ରୀୟ ପ୍ୟାରେଡରେ ଯୋଗ ଦେଇଥିବା ଲରମ୍ଭା ମହାବିଦ୍ୟାଳୟର ଛାତ୍ର ପ୍ରଖର ଅଗ୍ରଓ୍ବାଲଙ୍କୁ କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ସମ୍ବର୍ଦ୍ଧିତ  କରିଛନ୍ତି । ନୂଆଁଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଖର ଯୋଗ ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ  କରିଥିଲେ । ଏଥିପାଇଁ ସେ ପ୍ରଥମ ଜାନୁଆରୀରୁ ଯାତ୍ରାକରି ଶେଷ ତାରିଖ ପର୍ଯ୍ୟନ୍ତ ରହିଥିଲେ। ସେ ଲରମ୍ଭା କଲେଜର +୩ ଗଣିତ ସମ୍ମାନ ର ଶେଷ ବର୍ଷ ଛାତ୍ର ଅଟନ୍ତି । ସେ ଜଣେ ସକ୍ରୀୟ ସ୍ବେଚ୍ଛାସେବୀ ମଧ୍ୟ ଅଟନ୍ତି ।  ଏହି ସଫଳତା ପାଇଁ ଜାତୀୟ ସେବା ଯୋଜନା ର ଅଧିକାରୀ ଡଃ ଅଜିତ କୁମାର ନାଥ , ସଂଘମିତ୍ରା ମହାକୁର , ଶ୍ରୀ ଗଣେଶ ସିଂ ସମେତ ସମସ୍ତ ଅଧ୍ୟାପକ,କର୍ମଚାରୀ  ଓ ଛାତ୍ରଛାତ୍ରୀ ବୃନ୍ଦ ଶୁଭେଚ୍ଛା  ଜଣାଇଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୨/୨୦୨୩---୯,୨୫ Sakhigopal News,3/2/2023

ads

Blog Archive

Popular Posts