ଶୁକଳ ପଞ୍ଚାୟତରେ 'ପ୍ରୟାସ' ର ସାଙ୍ଗଠନିକ ବୈଠକ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଶୁକଳ ପଞ୍ଚାୟତରେ ' ପ୍ରୟାସ' ତରଫରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରୟାସ ର ସଭାପତି ବିଜେପିର ବରିଷ୍ଠ ନେତା କୃଷ୍ଣ ଚନ୍ଦ୍ର ଜଗଦେବ ଅଧ୍ୟକ୍ଷତା କରିଥିଲେ । ବୈଠକରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ତଥା ଯୁବନେତା କାମାକ୍ଷା ପ୍ରସାଦ ପ୍ରଧାନ ୱାଡ କମିଟି ଗଠନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବୁଝାଇବା ସହ କର୍ମୀ ମାନଙ୍କୁ ସେବା କରିବା ପାଇଁ ଉତ୍ସାହିତ କରିଥିଲେ। ବୈଠକରେ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କିପରି କାର୍ଯ୍ୟକାରୀ ହୋଇ ପାରିବ ବୃଦ୍ଧ, ବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଲୋକେ କିପରି ନୂତନ ଭତ୍ତା ଯୋଜନାରେ ସାମିଲ ହୋଇପାରିବେ,ବାଦ ପଡ଼ିଥିବା ପରିବାର କିପରି ରାସନ୍ କାର୍ଡରେ ଅନ୍ତର୍ଭୁକ୍ତ ହୋଇପାରିବେ, ଜଣେ ବି ଗରିବ ପରିବାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରୁ ବାଦ ନ ପଡିବେ ସେଥିନେଇ ପଞ୍ଚାୟତର କର୍ମୀ ମାନଙ୍କୁ ଅବଗତ କରାଇଥିଲେ। ବୈଠକରେ ଗଙ୍ଗାଧର ଛାଟୋଇ, ପ୍ରକାଶ ଆଚାର୍ଯ୍ୟ, ବିଶ୍ବରଂଜନ ସାହୁ, ଲକ୍ଷ୍ମଣ ବେହେରା ପ୍ରମୁଖ ପ୍ରାୟ ଦୁଇ ଶହ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ପୂର୍ବତନ ସରପଞ୍ଚ ପ୍ରାଚ୍ୟୁର୍ଯ୍ୟ ହୋତା ବୈଠକ ପରିଚାଳନା କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୨/୨୦୨୩----୯,୨୫ Sakhigopal News,6/2/2023



