ରାଜଯୋଗ ମାଧ୍ୟମରେ ସୁଖମୟ ଜୀବନ ସମ୍ପର୍କରେ ଆଲୋଚନା
ବରଗଡ଼--- ରାଜଯୋଗ ମାଧ୍ୟମରେ ସୁଖମୟ ଜୀବନ ଓ ବ୍ରହ୍ମାକୁମାରୀ ରାଜଯୋଗିନୀ ପାର୍ବତୀ ଦିଦି ଙ୍କ ଈଶ୍ବରୀୟ ସେବା ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ।ଏଥିରେ ମଞ୍ଚ ପରିଚାଳନା କରିଥିଲେ ଦୀପା ଭଉଣୀ, ସ୍ଵାଗତ ଭାଷଣ ଦେଇଥିଲେ କୁନ୍ତୀ ଭଉଣୀ। ମୁଖ୍ୟ ଅତିଥି ଭାବେ ଭେଡେନ ଜିଲ୍ଲା ପରିଷଦ ଜୋନ ୨ ର ସଭ୍ଯ ସତ୍ଯଜିତ ପୁରୋହିତ ।ସମ୍ମାନୀତ ଅତିଥି ଲାୟନ୍ସ କ୍ଲବର ସଭାପତି ଶଙ୍କର ଗୁପ୍ତା
ସମ୍ବଲପୁର ସବ ଜୋନ ବ୍ରହ୍ମା କୁମାରୀ ସେବାକେନ୍ଦ୍ର। ସଂଚାଳିକା ରାଜଯୋଗିନୀ ପାର୍ବତୀ ଦିଦି ଙ୍କ ଈଶ୍ବରୀୟ ସେବା ର ୫୦ ବର୍ଷ ପୂର୍ତ୍ତି ଅବସରରେ ଝରାପାଲି ସ୍ଥିତ ବ୍ରହ୍ମାକୁମାରୀ ଶାଖା ତରଫରୁ ଏକ ଆଧ୍ୟାତ୍ମିକ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଘର ଗୃହସ୍ଥ ରେ ରହି କିଭଳି ରାଜଯୋଗ ମାଧ୍ୟମରେ ଜୀବନ କୁ ଶ୍ରେଷ୍ଠ ଓ ସୁଖମୟ କରିପାରିବା, ଆତ୍ମା ଓ ପରମାତ୍ମା, ସତ୍ୟ ର ପରିଚୟ ଦେଇଥିଲେ । ଏହାକୁ ସଂପୂର୍ଣ୍ଣ ରୂପେ ଅଭ୍ୟାସ କରିବା ପାଇଁ ଝରାପାଲି ସ୍ଥିତ ସେବାକେନ୍ଦ୍ର ସହିତ ଯୋଗାଯୋଗ କରିବା ପାଇଁ ସନ୍ଦେଶ ଦେଇଥିଲେ। ପ୍ରତିଦିନ କିଛି ସମୟ ବାହାର କରି ଆଧ୍ଯାତ୍ମିକ ସହିତ ଯୋଡିବା ପାଇଁ ବାର୍ତ୍ତା ଓ ନିଶୁଳ୍କ ଦିଆଯାଉଥିବା ରାଜଯୋଗ ଶିକ୍ଷା ନେବା କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ହରି ଭାଇ, ଅରୁଣ ଭାଇ, ପବନ ଭାଇ ସହଯୋଗ କରିଥିଲେ। ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିମଲ ଅଗ୍ରୱାଲ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୨/୨୦୨୩---୭,୧୦ Sakhigopal News,7/2/2023



