ads

Breaking News

୪୫ଗ୍ରାମ ଧଳା ଜହର ଜବତ, ଯୁବକ ଗିରଫ


ପିପିଲି---  ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ପିପିଲି ଅବକାରୀ ଥାନା ଉପ-ନିରୀକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ବଳଙ୍ଗା ଥାନା ଅଧୀନ ରୂପଦେଇପୁର ପେଟ୍ରୋଲ ପମ୍ପ ନିକଟରେ ଚଢ଼ାଉ କରିଥିଲେ । ସେଠାରୁ ରାହୁଲ ମହାରଣା ,ବୟସ- 27ବର୍ଷଙ୍କୁ ଗିରଫ କରି ତାଙ୍କ ନିକଟରୁ 45 ଗ୍ରାମ ବ୍ରାଉନ ସୁଗାର(ହେରୋଇନ ) ଜବତ କରିବାରେ ଅବକାରୀ ବିଭାଗ ସଫଳ ହୋଇଛନ୍ତି। ପିପିଲି ଅବକାରୀ ଥାନା କେସ ନଂ -99/22-23ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କlରାଗରକୁ ପଠାଯାଇଛି ଜଣାପଡିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 4,50,000 ଟଙ୍କାରୁ ଉର୍ଦ୍ଧ ହେବ । ଏହି ଚଢ଼ାଉରେ ଅବକାରୀ SI ଶ୍ରୀ ନାରାୟଣ ବେହେରା,Staff-ପ୍ରବୀଣ ବିରାଜ କିରୋ,ଆଶିଷ କୁମାର ପ୍ରଧାନ, ଦୀନବନ୍ଧୁ ବାରିକ,ତପନ ପ୍ରଧାନ,ଫିରୋଜ ମହାନନ୍ଦିଆ ପ୍ରମୁଖ ସାମିଲ ଥିଲେ । ପିପିଲି ରୁ ବିଜୟ କୁମାର ମହାପାତ୍ରଙ୍କ ରିପୋର୍ଟ,୬/୨/୨୦୨୩----୮,୨୫ Sakhigopal News,6/2/2023

ads

Blog Archive

Popular Posts