ଲୋକେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ
ସାକ୍ଷୀଗୋପାଳ -----
ପଟ୍ଟନାୟିକିଆ ଛକ ସ୍ଥିତ ନୂତନ ଭାବେ ନିର୍ମିତ ହେଇଥିବା ସୂଚନା କେନ୍ଦ୍ରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଐତିହ୍ୟ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମର ଇଷ୍ଟଦେବତା ଶ୍ରୀ ଲୋକେଶ୍ୱର ଦେବ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋମବାର ଅତିରିକ୍ତ ଜିଲାପାଳ ପ୍ରଦୀପ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହ, ସତ୍ୟବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀ ଲୋଚନ ଦାଶ, ଓଡ଼ିଶା ସେତୁ ନିର୍ମାଣ ନିଗମ ଇଂ ସୁନ୍ଦର ମାଧବ ପାଢ଼ୀ, ସତ୍ଯବାଦୀ ଆଇଆଇସି ବିଜୟକେତନ ବେହେରା, ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ, ଇଂ ପ୍ରମୋଦ କୁମାର ନାୟକ,ଇଂ ଶୁଭମ ପାତ୍ର, ପ୍ରଶାନ୍ତ କୁମାର ବିଶ୍ୱାଳ, ପଣ୍ଡିତ ନ୍ରୁସିଂହ ନନ୍ଦ, ଓ ଶିଳ୍ପୀ କିର୍ତ୍ତନ ମହାରଣା ପ୍ରମୁଖ ଯୋଗଦେଇ ଥିଲେ । ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ ନିର୍ମାଣ କାମ ସରକାର ଙ୍କ ପକ୍ଷରୁ ପ୍ରାୟ ଶେଷ ହୋଇଗଲାଣି । ୭ ତାରିଖ ଠାରୁ ମନ୍ଦିର ପ୍ରତିଷ୍ଠା କର୍ମ ଆରମ୍ଭ ହୋଇ ଦଶ ତାରିଖରେ ଠାକୁର ମନ୍ଦିର କୁ ପ୍ରବେଶ କରାଯିବ ପାଇଁ ବୈଠକ ରେ ନିଷ୍ପତ୍ତି ନିଆଯାଇଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୨/୨୦୨୩----୮,୧୦ Sakhigopal News,6/2/2023



