ads

Breaking News

ଅବସରପ୍ରାପ୍ତ ରାଜ୍ୟ ପରିବହନ ନିରୀକ୍ଷକଙ୍କ ପରଲୋକ



ଭଞ୍ଜନଗର-- ରାଜ୍ୟ ପରିବହନ ବିଭାଗର ଅବସରପ୍ରାପ୍ତ  ନିରୀକ୍ଷକ  ଅନ୍ତର୍ଯ୍ୟାମୀ ରଥ ଙ୍କ ପରଲୋକ ହୋଇଯାଇଛି  । ୯୦ ବର୍ଷ ବୟସରେ  ଗାନ୍ଧୀନଗର ସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ  । ତାଙ୍କ ଦେହାନ୍ତ ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ହେବା ପରେ ସ୍ବର୍ଗତ ରଥଙ୍କ ବାସଭବନରେ ବ୍ରହୁପୁର ସହରର ଓ ଗାନ୍ଧୀନଗର ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି  ଶେଷ ଦର୍ଶନ କରିଥିଲେ । ଏହାସହ ଶବଧାରରେ ମାଲ୍ୟାର୍ପଣ କରି  ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ବର୍ଗତ ରଥ ଜଣେ ଧର୍ମପରାୟଣ , ମିଷ୍ଟଭାଷୀ ,  ପରୋପକାରୀ ଭାବେ  ପରିଚିତ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପରିବାରର  ଲଳିତା, ସୁଧାଂଶୁ, ଜୟଲକ୍ଷ୍ମୀ  , ରାଜେଶ୍ବରୀ, ତପସ୍ୱିନୀ, ସୁଧାଂଶୁ ଶେଖର, ଓ ବିଭୂଦତ ଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଏବଂ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୧୦/୨୦୨୨----୭,୨୦   Sakhigopal News,7/10/2022

ads

Blog Archive

Popular Posts