ads

Breaking News

ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା କୌଶଳ ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ


ବରଗଡ଼--- ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଭେଡେନ ଥାନା ର ଭାରପ୍ରାପ୍ତ ଅଧିକାରୀ ସଙ୍ଗୀତା ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭେଡେନ ଥାନା ଅଞ୍ଚଳର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ବୀରଙ୍ଗନା ତଥା ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା କୌଶଳର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବରଗଡ ର ତାଲିମପ୍ରାପ୍ତ ପୋଲିସ ମାନଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଭେଡେନ ଥାନା ର ସମସ୍ତ ପୋଲିସ କର୍ମଚାରୀ ମାନେ ଏହି ତାଲିମ ଶିବିର ରେ ଯୋଗଦାନ କରିବା ସହ ସହଯୋଗ କରିଥିଲେ। ଏହି ପ୍ରଶିକ୍ଷଣ ଶିବିର ତଥା ଆତ୍ମ ସୁରକ୍ଷା ତାଲିମ ଶିବିର ଦ୍ଵାରା  ଛାତ୍ରୀ ମାନେ ବିଶେଷ ଉପକୃତ ହେବେ। ସେମାନଙ୍କର ଆତ୍ମ ବିଶ୍ୱାସ ବଢିବ ଓ ନିଜକୁ ସୁରକ୍ଷିତ ମଣିବେ ଓ ପୋଲିସ ଓ ଜନସାଧାରଣଙ୍କ ସମ୍ପର୍କ ଦୃଢତା ହେବ ଭେଡେନ ଥାନା ର ଭାରପ୍ରାପ୍ତ ଅଧିକାରୀ ସଙ୍ଗୀତା ମହାପାତ୍ର କହିଛନ୍ତି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୩/୯/୨୦୨୨----୯,୪୫ Sakhigopal News,13/9/2022

ads

Blog Archive

Popular Posts