ads

Breaking News

ଆର୍ନ୍ତଜାତିୟ ବାଳିକା ଶିଶୁ ଦିବସ ପାଳିତ



ସାକ୍ଷୀଗୋପାଳ ---ସ୍ଥାନୀୟ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆର୍ନ୍ତଜାତିୟ ବାଳିକା ଶିଶୁ ଦିବସ ପାଳିତ ହୋଇଯାଇଛି । ଉକ୍ତ ଦିବସରେ ଅଭିଭାବକ/ଅଭିଭାବକା ମାନଙ୍କ ସହ ଅଧ୍ୟୟନରତ ବାଳିକା ମାନଙ୍କ ଦ୍ବାରା ପାଳିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଆର୍ନ୍ତଜାତିକ ବାଳିକା ଶିଶୁ ଦିବସ ପାଳନ ସମ୍ବନ୍ଧରେ ଅଭିଭାଷଣ ରଖିଥିଲେ।କ୍ରିଡା ଶିକ୍ଷକ ସୁଚିତ୍ର ଖଟେଇ,ଶିକ୍ଷକ ବସନ୍ତ କୁମାର ସ୍ବାଇଁ, ଚିନ୍ମୟ କୁମାର ଜେନା ଓ ଶିକ୍ଷୟତ୍ରୀ ପୁନମ କୁଜୁର, ସୌଦାମିନୀ ନାୟକ,ଗୀତାରାଣୀ ବେହେରା,ବୈଜୟନ୍ତି ମିଶ୍ର,ସମେତ ବିଦ୍ୟାଳୟର କର୍ମଚାରୀ ବୃନ୍ଦ ଏବଂ ଛାତ୍ରୀ ମାନେ ବିଭିନ୍ନ ସ୍ଲୋଗାନ ଦେଇ ଏକ ରାଲି କରିଥିଲେ । ବାଳିକା ମାନଙ୍କ ସୁରକ୍ଷା   ସଚେତନତା ସଂକ୍ରାନ୍ତରେ  ନିର୍ଦ୍ଦେଶିତ ଶପଥ ପାଠ କରାଯାଇଥିଲା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୯/୨୦୨୨---୬,୫୫ 
Sakhigopal News,12/9/2022

ads

Blog Archive

Popular Posts