ads

Breaking News

ବାଙ୍କୀ ବିଧାନ ସଭା ଯୁବ କଂଗ୍ରେସ କମିଟି ପୁର୍ନଗଠିତ


ବାଙ୍କୀ  - ଓଡ଼ିଶା ପ୍ରଦେଶ ଯୁବକଂଗ୍ରେସ ସଭାପତି ଡଃ.ସ୍ମୃତିରଞ୍ଜନ ଲେଙ୍କା ବାଙ୍କୀ ବିଧାନ ସଭା ଯୁବକଂଗ୍ରେସ କମିଟିର ନୂତନ କାର୍ଯ୍ୟକର୍ତ୍ତା ଭାବେ  ଘୋଷଣା  ହୋଇଛନ୍ତି । ଓଡ଼ିଶା ପ୍ରଦେଶ ଯୁବକଂଗ୍ରେସ ପ୍ରେସବିଜ୍ଞପ୍ତି ଅନୁଯାୟୀ ବାଙ୍କୀ ବିଧାନ ସଭା ଯୁବକଂଗ୍ରେସ ସଭାପତି ଭାବେ ବିଭୂତି ଭୂଷଣ ଦଳସିଂହ ରାୟ, କାର୍ଯ୍ୟକାରୀ ସଭାପତି ଭାବେ ସୋମନାଥ ପଣ୍ଡା ଏବଂ ଚିତ୍ତରଞ୍ଜନ ସାମନ୍ତ, ଉପସଭାପତି ଭାବେ ଚିନ୍ମୟ ରଞ୍ଜନ ଚୌଧୁରୀ ଓ ନିରଞ୍ଜନ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ଡମପଡ଼ା ବ୍ଲକ ଯୁବକଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ସ୍ୱାଇଁ ଉପସଭାପତି ନିର୍ମଳ ନାୟକ, ଆକାଶ ବେଉରାଙ୍କୁ ରାଜ୍ୟ ସଭାପତି ଡଃ.ଲେଙ୍କା ନିଯୁକ୍ତ କରିଛନ୍ତି । କମିଟିର ପୁର୍ନଗଠନରେ ନିଯୁକ୍ତି ପାଇଥିବା ସମସ୍ତ ପଦାଧିକାରୀ ଡଃ.ଲେଙ୍କାଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ପଞ୍ଚାୟତ ସ୍ତରରୁ ଯୁବ କଂଗ୍ରେସ ସଂଗଠନକୁ ମଜବୁତ କରି କାର୍ଯ୍ୟ କରାଯିବ ବୋଲି ସେମାନେ ପ୍ରକାଶ କରିଛନ୍ତି । 
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ନିୟୁଜ ସାକ୍ଷୀଗୋପାଳ,୧୩/୧୦/୨୦୨୨---୯,୪୦ Sakhigopal News,13/10/2022

ads

Blog Archive

Popular Posts