ads

Breaking News

ରେଡକ୍ରସ ଭିନ୍ନକ୍ଷମ ସ୍କୁଲ୍ 5ଟିରେ ସାମିଲ ହେଲା

 
ବଲାଙ୍ଗିର ----ଆଜି ରେଡ କ୍ରସ ଭିନ୍ନକ୍ଷମ ସ୍କୁଲ୍ କୁ 5ଟି ରେ ରୁପାନ୍ତରିତ କରିବା ପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଲ ମୋନୋଜ ସତ୍ୟବାନ୍ ମହାଜନ ପରିଦର୍ଶନ କରିଛନ୍ତି। ପରିଦର୍ଶନ କରି 5ଟି କାର୍ଯ୍ୟ କିଭଳି ଭାବେ ଭଲ ହେବ ଓ ଭିନ୍ନକ୍ଷମ ଛାତ୍ର ଛାତ୍ରୀ କେମିତି ଲାଭ ପାଇ ପାରିବେ ତାହାନେଇ ଆଲୋଚନା କରିଥିଲେ। ସଇଁତଳା ବିଡିଓ ଚନ୍ଦ୍ରମଣି ନାଗ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକିଶୋର ସାହୁ, ଯନ୍ତ୍ରୀ ଶୋନ୍ତୋଶ କୁମାର ବେହେରାଙ୍କ ସମେତ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରି ଆଲୋଚନା ସମୟରେ ଉପସ୍ଥିତ ରହିଥିଲେ । ପରେ ଉପଜିଲ୍ଲାପାଲ୍ ଶ୍ରୀ ମହାଜନ ସ୍କୁଲ୍ ପରିସର, ଶ୍ରେଣୀ ଗୃହ, ପାନୀୟ ଜଳ ବ୍ୟବସ୍ଥା, ଖେଳ ପଡିଆ ଓ ପରିସ୍ରାଗାର ଠିକ ଅଛି ନା ନାହିଁ ଓ ଏହା ସଠିକ୍ ଜାଗାରେ ଅଛି କି ନାହି ତାହା ତଦାରଖ କରିଥିଲେ। ପରିଦର୍ଶନ ବେଳେ ଶିକ୍ଷକ ସମୀର କୁମାର ନାଏକ, ପୁଷ୍ପାଞ୍ଜଳି ଦାସ, ରାହାସ ବିହାରୀ ସିଂ, ଶୋନ୍ତୋଷ୍ କୁମାର ବେହେରା, ଦେବାନନ ସାହୁ, କମଳାରଞ୍ଜନ ଶତପଥି, ମୋନୱର ସୁଲତାନ ବେଗମ ଉପସ୍ଥିତ ଥିଲେ।

ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୧୩/୧୦/୨୦୨୨----୮,୪୦ Sakhigopal News,13/10/2022

ads

Blog Archive

Popular Posts