୭୨ଜଣ ଭର୍ତ୍ତା ହିତାଧିକାରୀ ମାନଙ୍କ ଅଭିଯୋଗ ଶୁଣିଲେ ବ୍ଳକ ଅଧ୍ୟକ୍ଷ
ସାକ୍ଷୀଗୋପାଳ ----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କାଦୁଆ ଗ୍ରାମ ପଞ୍ଚାୟତରେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ୭୨ ଜଣ ଭର୍ତ୍ତା ହିତାଧିକାରୀଙ୍କ ଠାରୁ ଭର୍ତ୍ତାସମ୍ପକୀୟ ଅଭିଯୋଗ ଶୁଣିଥିଲେ । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ବିଡିଓ ଅରକ୍ଷିତ ପ୍ରଧାନ, ବ୍ଳକର ସାମାଜିକ ମଙ୍ଗଳ ଅଧିକାରୀଣି ଶ୍ରୀଲକ୍ଷ୍ମୀ ବେହେରା, ପଞ୍ଚାୟତର ଜିଆରଏସ ସନ୍ତୋଷ ମିଶ୍ର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସାରଙ୍ଗଧର ସ୍ୱାଇଁଙ୍କ ସହିତ ନାଏବ ସରପଞ୍ଚ ଓ ବିଭିନ୍ନ ୱାର୍ଡ ସଭ୍ୟସଭ୍ୟା ମାନେ ଉପସ୍ଥିତିଥିଲେ । ବିଶେଷ କରି କିଛ ହିତାଧିକାରୀ ମାନଙ୍କର ଫିନୋ ନାମକ ଏକ ବେସରକାରୀ ସଂସ୍ଥାରେ ରହିଛି । ରାଜ୍ୟ ସରକାର ଭର୍ତ୍ତା ପ୍ରଦାନରେ ସ୍ୱଚ୍ଚତା ଆଣିବା ପାଇଁ ସମସ୍ତ ହିତାଧିକାରୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାର ନିୟମ କରିଛନ୍ତି । ଯାହା ଫଳରେକି କିଛି ଭର୍ତ୍ତା ହିତାଧିକାରି ମାନଙ୍କ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ପଠାଇଲେ ଉକ୍ତ ଆକାଉଣ୍ଟକୁ ଏହି ଅର୍ଥ ପଳାଉଛି ବୋଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଛନ୍ତି । ଅନ୍ୟ ପକ୍ଷେ କିଛି ହିତାଧିକାରୀ ମାନେ ଜାଣିଶୁଣି ଭର୍ତ୍ତା ନେଉ ନାହାନ୍ତି । ଉକ୍ତ ପଞ୍ଚାୟତରେ ପ୍ରାୟ ୫୧୯ ଜଣ ବିଭିନ୍ନ ଯୋଜନାରେ ଭର୍ତ୍ତା ପାଉଛନ୍ତି । ଆଜିର ଏହି ଭର୍ତ୍ତା ଜନଶୁଣାଣିରେ ପ୍ରାୟ ୭୨ ଜଣ ହିତାଧିକାରୀ ମାନେ ସେମାନଙ୍କ ଅସୁବିଧା ସମ୍ପର୍କେ ଜଣାଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୯/୨୦୨୨---୮,୩୦
Sakhigopal News , 7/9/2022



