ads

Breaking News

ସାକ୍ଷୀଗୋପାଳଙ୍କ ସୁନିଆଁ ଭେଟି ପର୍ବ ପାଳିତ





ସାକ୍ଷୀଗୋପାଳ--- ସାକ୍ଷୀଗୋପଳ ମନ୍ଦିରରେ ସୁନିଆଁ ପର୍ବ  ପାଳିତ ହୋଇଯାଇଛି । ଦୈନଦିନ ଦେବନୀତି କରାଯିବା ପରେ  ଅପରାହ୍ନରେ ମନ୍ଦିର ସିଂହଦ୍ୱାରକୁ ପୂର୍ଣ୍ଣକୁମ୍ଭ କଳସ, କଦଳୀ ଗଛ, ଆମ୍ବ ଡାଳ, ଫୁଲ ଇତ୍ୟାଦରେ ସଜ୍ଜା ଯାଇଥିଲା । ସଂନ୍ଧ୍ୟା ଆଳତି, ଗୋଧନ ବାହୁଡାଭୋଗ ପରେ ସଂନ୍ଧ୍ୟାଧୁପ ବେଶରେ ସେବକ ମାନେ ସୁନିଆଁ ଉପଲକ୍ଷେ ଠାକୁରଙ୍କୁ ରାଜବେଶରେ ସଜ୍ଜିତ କରିଥିଲେ । ଏହି ବେଶରେ ଠାକୁର ପାଟ, ପିତାମ୍ବରୀ, ସୁବର୍ଣ୍ଣ ବଶିଂ, ମକର କୁଣ୍ଡଳ, ଚାପସରୀ, ନୁଡୁକ, ହୀରା ମୁଦ୍ରିକା, ବେଙ୍ଗପାଟିଆ, ସୁବର୍ଣ୍ଣ ମୁକୁଟ, ବାଙ୍କି ନୂପୁର ଓ ଫୁଲମାଳ ଆଦି ପରିଧାନ କରିଥିଲେ । ପାରମ୍ପରୀକ ସୁନିଆଁ ଭେଟି ଦେବାପାଇଁ ଗୋପାଳପୁର ପଟଣା ଗ୍ରାମରୁ ମହାଜନ ମାନେଘଣ୍ଟାବଜାଇ,  ମଶାଲ ଜଳାଇ ମନ୍ଦିରରେ ପହଞ୍ôଚଥିଲେ ।  ଠାକୁର ସମ୍ପତିି ବା ପ୍ରଜା ଭାବରେ ଠାକୁରଙ୍କୁ ଭେଟି ଦେବା ପାଇଁ ବିଭିନ୍ନ ଅଞ୍ଚଳରୁ ବିଭିର୍ନ ବର୍ଗର ଲୋକମାନେ ଆସିଥିବାର ଦେଖାଯାଇଥିଲା । ସାଙ୍ଗରେ ଫୁଲମାଳ ଭୋଗ ନୈବେଦ୍ୟ ଓ ସର ଲବଣୀ ଭାର ଠାକୁରଙ୍କ ପାଇଁ ଅଣିଥିବା ଦେଖାଯାଇଥିଲା ।   ଏହିପର୍ବରେ ମନ୍ଦିରର ବିଭିନ୍ନ ବର୍ଗର ସେବାୟତ ମାନେ ନିଜେନିଜେ ତିଆରି କରିଥିବା କଟୂରୀ, ପନିକି, କୋରଣା, ପିଢା, ରୁଖା, ଆଦି ବର୍ଷକୁଥରେ ମନ୍ଦିରରେ ବ୍ୟବହାର ନିମନ୍ତେ ଅର୍ପଣ କରିଥିଲେ । ସୁନିଆଁ ଭେଟି ନିମନ୍ତେ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର ଶ୍ରଦ୍ଧାଳୁ ମାନଙ୍କର ତାଲିକା ପଢ଼ିବାପରେ ଜଣଜଣ କରି ଭେଟି ପ୍ରଦାନ କରିଥିଲେ । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୯/୨୦୨୨---୮,୨୦  Sakhigopal News, 7/9/2022 

ads

Blog Archive

Popular Posts