ads

Breaking News

ଓଡିଶା ଆଦର୍ଶ ବିଦ୍ୟାଳୟର ସଂଗଠନର ବାର୍ଷିକ ଉତ୍ସବ ପାଳିତ



ସାକ୍ଷୀଗୋପାଳ ----  ସାକ୍ଷୀଗୋପାଳ ସ୍ଥିତ ପଟ୍ଟନାୟକିଆ ଛକ ନିକଟରେ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଓଡିଶା ଆଦର୍ଶ ବିଦ୍ୟାଳୟର ସଂଗଠନର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସତ୍ୟବାଦୀ , ପିପିଲି , ଡେଲାଙ୍ଗ, କଣାସ, ପୁରୀ ସଦର, ନିମାପଡା , ଗୋପ, କାକଟପୁର, ଅସ୍ତରଙ୍ଗ, ବ୍ରହ୍ମଗିରି  ଓ କୃଷ୍ଣପ୍ରସାଦ ୧୧ଗୋଟି ବ୍ଳକର ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବକ୍‌ୁତା, କବିତା, ନୃତ୍ୟୁ, ଚିତ୍ରାଙ୍କନ , ସଂଗୀତ , ଏସେ ସହିତ ଗ୍ରୁଫ ଡ୍ୟାନ୍ସ ପ୍ରତିଯୋଗିତା ଜୁନିୟର ଓ ସିନିୟର ଦୁଇ ବିଭାଗରେ ୧୧ଗୋଟି ପ୍ରତିଯୋଗିତା କରାଯାଇଥିଲା । ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗି ମାନେ ୧୯ ତାରିଖରେ ଅନୁଷ୍ଠିତ ରାଜ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି । ପୁରଷ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡା ଯୁବ ବ୍ୟାପର ମନ୍ତ୍ରୀ ତୁଷାର କାନ୍ତି ବେହେରା, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତି ଘୋଷ ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର, ଓ ହିମାଂଶୁ ଭୂଷଣ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ରଓ ସିଲ ଦେଇ ସମ୍ବର୍ଦ୍ଧିତ କରିଥିଲେ ।  ଅତିଥି ପରିଚୟ ପ୍ରଦାନ କରିଥିଲେ ସାକ୍ଷୀଗୋପାଳ ଓଡିଶା ଆଦର୍ଶ  ବିଦ୍ୟାଳୟର ଅଧ୍ୟକ୍ଷ ବିଦ୍ୟୁ ସାଗର ସ୍ୱାଇଁ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବିଦ୍ୟାଳୟର ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ଦାଶ ମଧୁସ୍ମିତା ସାହୁ । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ଏବିଡିଓ ଅରକ୍ଷିତ ପ୍ରଧାନ, ବ୍ଳକ ଶିକ୍ଷା ଅଧିକାରୀ ଭବମ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ସତ୍ୟବାଦୀ ଓଡିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୯/୨୦୨୨----୮,୪୦  

 Sakhigopal News, 7/9/2022

ads

Blog Archive

Popular Posts