୭୦ତମ ମାସିକ ଭଞ୍ଜ ସଂଗୀତ ଆସର
ଭଞ୍ଜନଗର--ଭୁବନେଶ୍ୱର ଜାଗମରା ମଲିକ କମ୍ଭେକ୍ସ ୱେଲଫର ଆସୋସିଏସନ ସହଯୋଗରେ ଆନନ୍ଦ ସଂଗୀତାୟନର ୭୦ତମ ଭଞ୍ଜ ସଂଗୀତ ଆସର ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତି ିବକାଶ ସଂସଦର ଆୟୋଜନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଅନୁଷ୍ଠାନର ସଭାପତି ଅମିୟ ମହାନ୍ତି ଏବଂ ସମ୍ପାଦକ ଦିପକ କୁମାର ଜେନାଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ବିଶିଷ୍ଟ ଧାରାବାହିକ ଅଭିନେତା ସୁବାସ ପାତ୍ର ଏହି କାର୍ଯ୍ୟକ୍ରମ ପରିଚାଳନା ଏବଂ ଆଥିକ ସହଯୋଗ ପ୍ରଦାନ କରିଥିଲେ । ଅନୁଷ୍ଠାନର ଶିଳ୍ପୀ ରଶ୍ମିତା ଭୂୟାଁ, ସୁଧାଂଶୁରାଣୀ ଜେନା, ଚିନ୍ମୟୀ ଗୌଡ଼ ଏବଂ ଅଶୋକ ମହାପାତ୍ର ପ୍ରମୁଖ ଭଞ୍ଜ ସଂଗୀତ ପରିବେଷଣ କରିଥିଲେ । ମର୍ଦ୍ଦଳ ଗୁରୁ ଶ୍ରୀ ମୁରଲୀ ସ୍ୱାଇଁ ଏବଂ ଶ୍ରୀମାନ ଅଭିଷେକ ମହାପାତ୍ର ମର୍ଦ୍ଦଳ ବାଦନରେ ସଂଗୀତ କରିଥିଲେ । ପ୍ରାୟ ୨ଘଣ୍ଟା ଧରି ଭଞ୍ଜ ସଂଗୀତ ପରିବେଷଣ କରାଯାଇଥିଲା । ଶତାଧିକ ଶ୍ରୋତା ଏହି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଶେଷରେ ସମ୍ପାଦକ ଅଶୋକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୯/୨୦୨୨--- ୮,୫୦ Sakhigopal News,7/9/2022



