ads

Breaking News

ସାଇଣ୍ଟିଫିକ୍ ଟିମ୍ ସହାୟତାରେ ମୃତ୍ୟୁ ର କାରଣ ଖୋଜୁଛି ପୋଲିସ



ଭଞ୍ଜନଗର--ମଙ୍ଗଳବାର ସଂଧ୍ୟାରେ ତାରାସିଙ୍ଗି ଥାନା ଅନ୍ତର୍ଗତ ଅଢଙ୍ଗପାରି ଗାଁ ର , ଶ୍ରୀମତୀ ନାୟକ ଙ୍କ ମୃତଦେହ କୁ ଉଧାର କରିଥିଲା ପୋଲିସ । ବୁଧବାର ସକାଳେ ସାଇଣ୍ଟିଫିକ୍ ଟିମ୍ ସହାୟତା ରେ ତଦନ୍ତ କରି ବ୍ୟବଛେଦ କରିଛି ପୋଲିସ । ଶ୍ରୀମତୀ ଙ୍କ ମୃତ୍ୟୁ କୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ହେଉଥିବା ବେଳେ  ଘଟଣାର ସତ୍ୟତା କୁ ନେଇ ଖିଅ ଖୋଜିବା ଆରମ୍ଭ କରିଛି ପୋଲିସ । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ । ଅନ୍ୟପକ୍ଷରେ ମୃତ ମହିଳା ଙ୍କ ଝିଅଙ୍କ ବୟାନ ଘଟଣା ର ଭିନ୍ନ ଦିଗକୁ ଇଙ୍ଗିତ କରିଛି । ଘଟଣା ପ୍ରକାରେ ଅଢଙ୍ଗପାରି ଗାଁ ର ବିଧବା ମହିଳା ଶ୍ରୀମତୀ ନାୟକ ଏବଂ ଶିକ୍ଷକତା କରୁଥିବା ତାଙ୍କ ଝିଅ ଘରେ ଏକାଠି ରହୁଥିଲେ । ବଡ଼ଭାଇ ଏବଂ ଭାଉଜ କୈାଣସି କାରଣ କୁ ନେଇ ଅସନ୍ତୋଷ ରହିଥିଲେ । ଏବଂ ମା' ଓ ଭଉଣୀ ରହୁଥିବା ନିଜ ଘରର ଉପର ମହଲାରେ ରହୁଥିଲେ ଭାଇ ଓ ଭାଉଜ । ଘଟଣା ପରେ ଉଭୟେ ଘରେ ନଥିବା ନେଇ ଭଉଣୀ କହିଛନ୍ତି । ଘଟଣା ଦିନ ଝିଅ ସ୍କୁଲକୁ ଯାଇ  ମା ଙ୍କ ସହ କଥା ହୋଇଥିଲେ । ପରେ ପୁଣି ଝିଅ ଫୋନ କରିଥିଲେ କିନ୍ତୁ ମା' ଫୋନ ଉଠାଇ ନଥିଲେ । ସଂଧ୍ୟାରେ ସ୍କୁଲରୁ ଆସି ଝିଅ ଘରେ ପହଞ୍ଚିବା ପରେ ଦେଖିଲେ  ଘରର ଭିତରପଟୁ ବନ୍ଦ ରହିଛି । ଜଣେ ସଂପର୍କୀୟ ଙ୍କ ସହଯୋଗ ରେ କୈାଣସି ପ୍ରକାରେ କବାଟ ଖୋଲି ଦେଖିଲେ ଘର ଭିତରେ ମା ଶ୍ରୀମତୀ ଙ୍କ ମୃତଦେହ ପଡ଼ିଛି । ଦେହର କିଛି ସ୍ଥାନରେ କ୍ଷତଚିହ୍ନ ରହିଛି । ଏନେଇ ତାରାସିଙ୍ଗି ଥାନା ପୋଲିସ ରେ ଖବର ଦେବାପରେ  ଘଟଣା ସ୍ଥଳରେ ପୋଲିସ ଟିମ ପହଞ୍ଚିଥିଲେ । ତେବେ ଶ୍ରୀମତୀ ଙ୍କ ମୃତ୍ୟୁ ଏବଂ ପାରିପାର୍ଶ୍ବିକ ଘଟଣାକ୍ରମ ସନ୍ଦେହପୂର୍ଣ୍ଣ  ରହିଛି । ଏଣୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଗୁରୁତର ସହ ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଏବଂ ବ୍ୟବଛେଦ ରିପୋର୍ଟ ଆଧାରରେ ସତ ଉନ୍ମୋଚନ ହେବ ବୋଲି ଥାନାଧିକାରୀ ଶ୍ରୀଦାସ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୯/୨୦୨୨-----୮,୪୫   Sakhigopal News,7/9/2022

ads

Blog Archive

Popular Posts