ads

Breaking News

ସ୍କୁଲ ଭ୍ଯାନ ଦୁର୍ଘଟଣାର ସମ୍ମୁଖୀନ : ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ




ଭଞ୍ଜନଗର--ସ୍ମୁଲ ରୁ ପିଲାଙ୍କୁ ନେଇ ଘରକୁ ଫେରୁଥିବା  ଭଂଜନଗର ଏକ ଘରୋଇ ସ୍କୁଲଭ୍ୟାନ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି  ।  ଭ୍ଯାନ ରେ ବସିଥିବା ସମସ୍ତ ଛାତ୍ର ଛାତ୍ରୀ ସୁରକ୍ଷିତ ଭାବେ ଉଧାର ହୋଇଛନ୍ତି । ଗାଙ୍ଗପୁର ଥାନା ଅନ୍ତର୍ଗତ ଷଢଙ୍ଗିପଲ୍ଲୀ ନିକଟରେ ଏଭଳି ଦୁର୍ଘଟଣା ଘଟିଥିଲା । ଖବର ନେବାରେ , ବୁଧବାର ଅପରାହ୍ନରେ ଭଞ୍ଜନଗର ରୁ ସମ୍ପୃକ୍ତ ଭ୍ଯାନ ଟି ୧୧ ଜଣ ଛାତ୍ରଛାତ୍ରୀ ଙ୍କୁ ନେଇ ଗାଙ୍ଗପୁର ଅଭିମୁଖେ ଯାଉଥିଲା । ଷଢଙ୍ଗିପଲ୍ଲୀ - ଗୋବରା ରାସ୍ତା ରେ , ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ଯାନ ସହ ଧକ୍କା ହୋଇଥିଲା । ଗାଡ଼ିର ସମ୍ମୁଖ ଭାଗରେ କିଛି ଅଂଶ ଭାଙ୍ଗି ଯାଇଥିଲା । ସୈ।ଭାଗ୍ୟ ବଶତଃ  କୈାଣସି ଛାତ୍ର ଛାତ୍ରୀ ଆହତ ହୋଇନଥିଲେ । ତେବେ ଭ୍ଯାନ ରେ ବସିଥିବା ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କିଛି ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବା ପ୍ରକାରେ ସ୍କୁଲ ଭ୍ଯାନ ର ଡ୍ରାଇଭର ଜଣକ  ଦ୍ରୃତ ଓ ବେପରୁଆ ଭାବେ ଗାଡି ଚଳାଇବାରୁ ଏଭଳି ଦୁର୍ଘଟଣା ଘଟିଲା । ପୂର୍ବରୁ ମଧ୍ୟ ଡ୍ରାଇଭର୍ ଜଣକ ଏଭଳି ଦ୍ରୃତ ଗତିରେ ଗାଡି ଚଳାଉଥିବା ସ୍ଥାନୀୟ ଲୋକେ କହୁଛନ୍ତି । ତେବେ ଛୋଟ ଛୋଟ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ସ୍କୁଲ ଭ୍ଯାନ ବସ୍ ଓ ଅଟୋ ଗୁଡ଼ିକର ସଠିକ୍ ଯାଞ୍ଚ ଗାଡ଼ିର ଫିଟନେସ୍ ଏବଂ ଅଭିଜ୍ଞ ଗାଡ଼ି ଚାଳକ ଙ୍କ ସଂକ୍ରାନ୍ତରେ ଯାଞ୍ଚ କରାଯିବା ସହ  ସ୍କୁଲ ପିଲାଙ୍କ ଜୀବନ ସହ ଖାମଖିଆଲି ନୀତି ଅବଲମ୍ବନ କରାନଯାଉ ବୋଲି  ସ୍ଥାନୀୟ ଲୋକେ ଏବଂ ଅଭିଭାବକ ମାନେ ଦାବି କରିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୯/୨୦୨୨---- ୮,୫୫ Sakhigopal News,7/9/2022

ads

Blog Archive

Popular Posts