ads

Breaking News

ବିଜୁ ଜନତା ଦଳ ପକ୍ଷରୁ ଏକମାସ ଧରି ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ


  ଡେଲାଙ୍ଗ-----  ପିପିଲି- ଡେଲାଙ୍ଗ ବିଜ ଜନତା ଦଳର ଗାନ୍ଧୀ ଓଶାସ୍ତ୍ରୀ ଜୟନ୍ତୀ ଠାରୁ  ଅକ୍ଟୋବର ୨ ତାରିଖ ଠାରୁ ନଭେମ୍ବର ୨ ତାରିଖ ଏକମାସ ଧରି ସେବା କାର୍ଯ୍ୟକ୍ରମ କରାଯିବ । ଏହି ଅବସରରେ ଡେଲାଙ୍ଗ ବେରବୋଇ ଗ୍ରାମ ସ୍ଥିତ ଗାନ୍ଧୀପୀଠରେ ବିଜେଡିର ଯୁବ କର୍ମୀ ରୁଦ୍ର ପ୍ରତାପ ମହାରଥୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ମାନେ ସାମିଲ ହୋଇ ପ୍ରଥମେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରି ଡେଲାଙ୍ଗ ଡାକ୍ତର ଖାନା ପରିସର ସଫେଇ କରାଯାଇଥିଲା । ବିଜୁ ଜନତା ଦଳର ପରିଚୟ ହିଁ ହେଉଛି ସେବା । କରୋନା ଗାଇଡି =ଲାଇନି ଅନୁଯାୟୀ ବିଜେଡିର ପଦଯାତ୍ରାକୁ ସ୍ଥଗିତ ରଖାଯାଇ ସେବା କାର୍ଯ୍ୟକ୍ରମ କରାଯାଇଛି । ବିଭିନ୍ନ ଦିନରେ ଡେଲାଙ୍ଗ, ପିପିଲି ବ୍ଳକର ଡାକ୍ତରଖାନା, ରାସ୍ତା, ସରକାରୀ କାର୍ଯ୍ୟାଳୟ, ଶିକ୍ଷା ଅନୁଷ୍ଠାନ ଗୁଡିକ ସଫେଇ କରାଯିବା ସହ ବୃକ୍ଷ ରୋପଣ , ରକ୍ତଦାନ =ସହିତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ,ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ଧରଣୀଧର ସାହୁ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛୋଟରାୟ,ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁ,ବେରବୋଇ ପଂଚାୟତ ବିଜେଡି ସଭାପତି ଗୋପାଳ ଚନ୍ଦ୍ର ସ୍ୱାଇଁ,କୋଠବାଡ ପଂଚାୟତ ପୁର୍ବତନ ସରପଂଚ ନବଘନ ପ୍ରଧାନ,ବେରବୋଇ ପଂଚାୟତ ସମିତିସଭ୍ୟ ଅଭିମନ୍ୟୁ ରାଉତ,ଡେଲାଙ୍ଗ ବ୍ଲକ ଯୁବ ବିଜେଡି ସଭାପତି ପ୍ରଭାତ କୁମାର ଜେନା, ଗୁଆଳିପଡା ସମିତିସଭ୍ୟ ବାସୁଦେବ ସ୍ୱାଇଁ,ଯୁବନେତା ସୈାମ୍ୟ ରଞ୍ଜନ ରାଉତ ଓ ସୁଜିତ ବାରିକ, ଛାତ୍ରନେତା ଡେଲାଙ୍ଗ ବ୍ଲକ ସୁଦିପ୍ତ ନାୟକ,ପିପିଲି ବ୍ଲକ  ଛାତ୍ର ନେତା ପିପିଲି ବ୍ଲକ ସୈାମ୍ୟ ରଞ୍ଜନ ମହାପାତ୍ର ,ପିକୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରଥମ ଦିନରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ସାମାଜିକ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସଫେଇ କରାଯାଇଥିବା ଜିଲ୍ଲା ଯୁବ ବିଜେଡି ସଭାପତି ଶ୍ରୀସ୍ୱାଇଁ କହିଛନ୍ତି ।  


ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨/୧/୨୦୨୧---=୮,୨୦  Sakhigopal News, 2/10/2021

ads

Blog Archive

Popular Posts