ads

Breaking News

୭୮ତମ ଭଗବତୀ ଚରଣ ପଣିଗ୍ରାହୀ ଶ୍ରାଦ୍ଧ ବାର୍ଷିକୀ ପାଳିତ


ଭଞ୍ଜନଗର----ସ୍ଥାନୀୟ ନାୟକ ଭବନ ଠାରେ ଭଗବତୀ ଚରଣ ପାଣିଗ୍ରାହୀ ଙ୍କ ୭୮ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ ଙ୍କ ଆବାହକତ୍ୱରେ ଏଇ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ କବି ପ୍ରଶାନ୍ତ ମହାନ୍ତି ସଭାପତିତ୍ୱ କରିଥିଲେ ।  ଦିବଂଗତ ପାଣିଗ୍ରାହୀ ଙ୍କ କାଳଜୟୀ ସାମ୍ୟବାଦୀ ସାହିତ୍ୟ ଉପରେ ଆଲୋଚନା ହୋଇଥିଲା । ତାଙ୍କ ରଚିତ ଶିକାର ଗଳ୍ପ ଯାହା ପରବର୍ତ୍ତୀ ସମୟରେ ମୃଗୟା ନାମରେ ସିନେମା ହୋଇ ଦର୍ଶକ ମହଲରେ ବେଶ ଆଦୃତ ହୋଇଛି । ସେହି ପରି ତାଙ୍କ ପ୍ରତ୍ୟେକ ଟି ରଚନା ଓଡ଼ିଆ ସାହିତ୍ୟ ରେ ସାମ୍ୟବାଦୀ ଦର୍ଶନ କୁ ବେଶ ପ୍ରଭାବିତ କରିଛି ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ । ଆବାହକ ସୋମନାଥ ନାୟକ, ଲିଙ୍ଗରାଜ ଜେନା, ହରେକୃଷ୍ଣ ସାହୁ ,ସଭାପତି ପ୍ରଶାନ୍ତ ମହାନ୍ତି, ବଳରାମ ସ୍ବାଇଁ, ଭଞ୍ଜ କିଶୋର ପ୍ରଧାନ, ମଧୁସୂଦନ ପଣ୍ଡା, ନିରଞ୍ଜନ ପ୍ରଧାନ, ଜ୍ୟୋତି ରାଜ ପତି ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ଥିଲେ। ବରିଷ୍ଠ ଆଇନ ଜୀବୀ ଦଣ୍ଡପାଣି ସ୍ୱାଇଁ ଧନ୍ୟବାଦ ଅର୍ପଣ କରି ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୧୦/୨୦୨୧---୭,୨୦  
Sakhigopal News,26/10/2021

ads

Blog Archive

Popular Posts