ads

Breaking News

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଉତ୍ସବ





ଭଞ୍ଜନଗର---ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ଙ୍କୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି | ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ  ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସହ କର୍ମଚାରୀ କଟେଇଥିବା ସୁନ୍ଦର ମୁହୂର୍ତ୍ତ ଏବଂ ଅଭିଜ୍ଞତାକୁ ବଖାଣି ଥିଲେ |   ସମୟାନୁବର୍ତ୍ତିତା, ଉତ୍ସର୍ଗୀକୃତ ସେବା. ଉତ୍ତମ ଲୋକ ସମ୍ପର୍କ ଇତ୍ୟାଦି ଗୁଣକୁ ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ପ୍ରଶଂସା କରିଥିଲେ ।  ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଫକୀର ମୋହନ ମାଝୀଙ୍କ ସମ୍ବଲପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ବଦଳି ହୋଇଛି |  ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଶ୍ରୀ ଗୌରୀ ଶଙ୍କର ଶତପଥି ଆଜି ନୂତନ ଭାବେ  ଯୋଗ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଏଷ୍ଟାବ୍ଲିଶମେଣ୍ଟ ଅଫିସର ଅନିଲ  କୁମାର ପଣ୍ଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ  ଏଲ. ସନ୍ତୋଷ କୁମାର. ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ  ଅମୟ କୁମାର ମିଶ୍ର,  ସମେତ  କାଳିନ୍ଦୀ ପାତ୍ର, ବନବିହାରୀ ସ୍ୱାଇଁ, ବିଶ୍ୱଜିତ ସେଠୀ, ସୁରଭି ପ୍ରଧାନ, ହେମାବତୀ ବେହେରା, ଭାରତୀ ବିଷୋୟୀ, ସନ୍ତୋଷ ମହାରଣା, ବଳରାମ  ଜାନୀ, ମନୋଜ ବିଷୋୟୀ, ଗଗନ ଖାଡ଼ଙ୍ଗା, ଚନ୍ଦନ ବିଶ୍ୱାଳ, ବିବେକାନନ୍ଦ ମିଶ୍ର, ଦଣ୍ଡପାଣି ମଲ୍ଲିକ, ବିନାୟକ ପାତ୍ର, ଯୁଗଳ କିଶୋର ବେହେରା, କାଁହୁ ଚରଣ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ |
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୧୦/୨୦୨୧----+୯,୨୫    Sakhigopal News,28/10/2021

ads

Blog Archive

Popular Posts