ads

Breaking News

ଝୁଲନ୍ତା ଅବସ୍ଥା ରେ ରେଲୱେ ପୋଲିସଙ୍କ ଶବ ଉଧାର, ପରିବାର ଲୋକେ ଆଣିଲେ ହତ୍ଯା ଅଭିଯୋଗ



 ଓଡ଼ଗାଁ:- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଥାନା ଅନ୍ତର୍ଗତ ହରିହରପୁର ଗ୍ରାମର ଆଲୋକ କୁମାର ସାହୁ (୨୩)ଙ୍କ ଛତିଶଗଡ଼ ରେ ମୃତ୍ୟୁ ହୋଇଯାଇଛି । ବୁଧବାର ବିଳମ୍ବିତ ରାତିରେ ଆଲୋକ ଙ୍କ ମରଶରୀର କୁ ନିଜ ଜନ୍ମମାଟି ହରିହରପୁର କୁ ଅଣାଯାଇଛି। 
                         ଆଲୋକ ଛତିଶଗଡ଼ର ମହାସମୁନ୍ଦ ରେ ଜଣେ ରେଲୱେ ପୋଲିସ ଭାବେ କାର୍ଯ୍ୟରତ ଥିଲେ। ଗତ ୧୮ ତାରିଖରେ ଆଲୋକଙ୍କ ଭଡ଼ା ଘରୁ ତାଙ୍କର ଝୁଲନ୍ତା ଅବସ୍ଥାରେ ମରଶରୀରକୁ ସ୍ଥାନୀୟ ପୋଲିସ ଠାବ କରିଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ସେଠାକୁ ପରିବାର ଲୋକେ ଯାଇ  ପାରିପାର୍ଶ୍ୱିକ ରକ୍ତାକ୍ତ ଓ କ୍ଷତାକ୍ତ ଦେହ କୁ ଦେଖି ପରିବାର ଲୋକେ ଏହାକୁ ହତ୍ଯା ବୋଲି ଅଭିଯୋଗ କରିଆସୁଛନ୍ତି। 
         ଗତକାଲି ବିଳମ୍ବିତ ରାତିରେ ଆଲୋକ ଙ୍କ ପାର୍ଥିବ ଶରୀର କୁ ଛତିଶଗଡ଼ ରୁ ନିଜ ଜନ୍ମମାଟି ଶରଣକୁଳ ର ହରିହରପୁର କୁ ଅଣାଯାଇଥିଲା। ଗାଁ ରେ ପାର୍ଥିବ ଶରୀର ପହଞ୍ଚିବା ପରେ ଗାଁ ରେ ଶୋକାକୁଳ ପରିବେଶ ସ୍ରୁଷ୍ଟି ହେବା ସହ "ଭାରତ ମାତାକି ଜୟ" ଧ୍ୱନିରେ ଗାଁ ମୁଖରିତ ହୋଇଥିଲା।  ନିଜ ଜନ୍ମମାଟି ହରିହରପୁର ଗ୍ରାମ ଶ୍ମଶାନରେ ଆଲୋକ ଙ୍କ ମରଶରୀର କୁ ସତ୍କାର କରାଯାଇଥିଲା। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
-୨୧/୧୦/୨୧ ---- ୧୨,୧୫ 
  Sakhigopal News,21/10/2021

ads

Blog Archive

Popular Posts