ads

Breaking News

ଯୁକ୍ତ ୨ ପ୍ରଥମ ବର୍ଷ ଶିକ୍ଷାଦାନ ଆରମ୍ଭ



ଭଞ୍ଜନଗର-----ଯୁକ୍ତ ୨ ପ୍ରଥମ ବର୍ଷ ଶିକ୍ଷାଦାନ ଅଫ୍ ଲାଇନ୍ ରେ ଆରମ୍ଭ ହୋଇଯାଇଛି। ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ମଧ୍ୟ ଶିକ୍ଷାଦାନ ଆରମ୍ଭ ହୋଇଛି। ଏନେଇ ପ୍ରଥମେ ଛାତ୍ରୀ ଛାତ୍ର ଙ୍କୁ ସ୍ଵାଗତ କରାଯାଇଥିଲା।  ବିଜ୍ଞାନ ଛାତ୍ରୀ ଛାତ୍ର ଙ୍କ ସ୍ଵାଗତ ଉଦ୍ଧେଶ୍ୟରେ ଅୟୋଜିତ ସଭାରେ ଅଧ୍ୟକ୍ଷ ଡଃ ସୁବାସ ଚନ୍ଦ୍ର ପ୍ରଧାନ ଅଧକ୍ଷତା କରିଥିଲେ। ପ୍ରାଧ୍ୟାପକ ଡଃ ପୀତବାସ ପାଳ ସଭାକୁ ସଂଯୋଜନା କରିବା ସହ ସରକାରଙ୍କ କୋଭିଡ ଗାଇଡି ନୀତି ନିୟମ ସମ୍ପର୍କରେ କହିଥିଲେ। ଅଧ୍ୟାପକ ପ୍ରତ୍ୟୁଷ ଶିକ୍ଷାଦାନ ସମ୍ପର୍କରେ ସୂଚନା ଦେଇଥିଲେ। କଳା ଛାତ୍ରୀ ଛାତ୍ର ସ୍ଵାଗତ ସଭାରେ ପ୍ରାଧ୍ୟାପକ ସାତ୍ୟକି ସାହୁ ଅଧକ୍ଷତା କରିଥିଲେ। ପ୍ରାଧ୍ୟାପକ ବଦ୍ରିନାରାୟଣ ପାତ୍ର, ରବିନ୍ଦ୍ର ନାଥ ପାଳ, ବଟୁକେସ୍ଵର ବାରିକ, ଅଧ୍ୟାପିକା ତୃପ୍ତିମୟୀ ଦାସ , ମନ୍ଦାକିନୀ ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରୀ ଛାତ୍ର ଙ୍କୁ ଉଦବୋଧନ ଦେଇଥିଲେ। ବାଣିଜ୍ଯ ଛାତ୍ରୀ ଛାତ୍ର ସ୍ଵାଗତ ସଭାରେ ଅଧ୍ୟାପକ ହରମୋହନ ନାୟକ ସଭାକୁ ସଂଯୋଜନା କରିଥିଲେ।  ବାଣିଜ୍ଯ ବିଭାଗ ମୁଖ୍ୟ ବିଭୂତି ଭୂଷଣ ପାଣିଗ୍ରାହୀ, ଅଧ୍ୟାପକ ସୁନୀଲ ଦାସ, ଲେଫ୍ଟନାଣ୍ଟ ରଜନୀକାନ୍ତ ତ୍ରିପାଠୀ , ହରିଶ ଭଟ୍ଟର ପ୍ରମୁଖ ଯୋଗଦେଇ ଛାତ୍ରୀ ଛାତ୍ର ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧୦/୨୦୨୧ , ୮,୧୦  Sakhigopal News, 21/10/2021

ads

Blog Archive

Popular Posts