ads

Breaking News

ଅକ୍ଷମ ବାପାଙ୍କୁ ଏକା ଛାଡିଦେଲେ ପୁଅଝିଅ, ସାହାଯ୍ୟ ହେଲେ ଓଡ଼ଗାଁ ଗାୟତ୍ରୀ ପରିବାର


ଓଡ଼ଗାଁ:-- ପୁଅ, ଝିଅଙ୍କୁ ଜନ୍ମ କରିଥିବା ବୁଢ଼ା ବାପା ଆଜି ଅଲୋଡା ପାଲଟିଯାଇଛି। ସେବା ଭାରି ପଡିବାରୁ ଗାଁ ଘରେ ଏକାକୀ ଛାଡି ଚାଲିଗଲେ ପୁତ୍ର କନ୍ଯା। ଏପରି ସ୍ଥଳେ ଅସହାୟ ବୃଦ୍ଧଙ୍କୁ ସହାୟ ହେଉଛି ଓଡ଼ଗାଁ ଗାୟତ୍ରୀ ପରିବାର। 
   ଘଟଣା ମୁତାବକ, ବୃଦ୍ଧ ସୋମନାଥ ଡାକୁଆଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ । ଗୋଟିଏ ପୁଅ  ଅବସରପ୍ରାପ୍ତ ନାଲକୋ କର୍ମଚାରୀ ହୋଇଥିବା ବେଳେ ସେ ଭୁବନେଶ୍ୱର ରେ ରହୁଛନ୍ତି। ପୁଅ ସାମରିକ କର୍ମଚାରୀ ହୋଇଥିଲେ ମଧ୍ଯ ତାଙ୍କର ମ୍ରୁତ୍ୟୁ ହୋଇଯାଇଛି ।  ତାଙ୍କର ସ୍ତ୍ରୀ, ପିଲାମାନେ ମଧ୍ଯ ବାହାରେ ରହୁଛନ୍ତି। ଏପରି ସ୍ଥଳେ, ବୃଦ୍ଧ ସୋମନାଥଙ୍କ ଝିଅ ବେଗୁନିଆ ପାଟଣାରେ ବୃଦ୍ଧ ସୋମନାଥଙ୍କୁ ୨ ବର୍ଷ ରଖିବା ପରେ, କିଛିଦିନ ତଳେ ବୁଢ଼ା ବାପାଙ୍କୁ ଆଣି ନିଜ ଗାଁ ଘର ରଂଗଣୀପାଟଣା ତୋଟାସାହିରେ ଛାଡି ଚାଲିଯାଇଛନ୍ତି।କିନ୍ତୁ ବୃଦ୍ଧ ସୋମନାଥ ବାର୍ଧକ୍ୟ ହେତୁ ଚଳିବାକୁ ଅକ୍ଷମ। ତେଣୁ ସେହି ଗାଁର ସତ୍ଯ ପ୍ରକାଶ ସାହୁ ଘଟଣା ଶୁଣିବା ମାତ୍ରେ ବୃଦ୍ଧ ସୋମନାଥଙ୍କ ସେବାରେ ଲାଗିଯାଇଥିଲେ। କିନ୍ତୁ ସତ୍ଯ ଜଣେ ଛାତ୍ର ହେଇଥିବାରୁ କଲେଜ ଖୋଲିବାରୁ ସେ ଚାଲିଯାଇଛନ୍ତି। 
                          ତେଣୁ ଏପରି ସ୍ଥଳେ ଓଡ଼ଗାଁ ଗାୟତ୍ରୀ ପରିବାର ଏବେ ବୃଦ୍ଧ ସୋମନାଥଙ୍କ ସେବାରେ କରୁଛନ୍ତି । ସାହାଯ୍ୟ ପାଇଁ ଓଡ଼ଗାଁ ଥାନାରେ ଜଣାଇଛନ୍ତି। ଏପରି ଅସହାୟ ବୃଦ୍ଧ ପିତାକୁ ପୁଅ, ଝିଅ ଛାଡି ଚାଲିଯାଇଥିବାରୁ  ବୁଦ୍ଧିଜୀବୀ ମହଲରେ ନିନ୍ଦା ହେଉଛି। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ଚ୍ର
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ:- ୨୮/୧୦/୨୧ ------୯,୧୫  Sakhigopal News,28/10/2021

ads

Blog Archive

Popular Posts