ads

Breaking News

ପଦ୍ମଶ୍ରୀ ସୁବାରାଓଙ୍କ ସ୍ମୃତି ସଭା




ଜଟଣୀ --ଜଟଣୀ ବ୍ଲକ ଅନ୍ତର୍ଗତ ଯାଆଁଳା ଠାରେ 
ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ  ମହାତ୍ମାଗାନ୍ଧୀଙ୍କ ବିଚାରକୁ ବିଶେଷ ରୂପେ ଯୁବ ସମାଜ ନିକଟରେ ପହଞ୍ଚାଇବା ପାଇଁ ଦୀର୍ଘ  ୮୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିଥିବା ପଦ୍ମଶ୍ରୀ ଡକ୍ଟର ସୁବାରାଓଙ୍କ ଗତ ୨୭ ତାରିଖରେ ତିରୋଧାନ ହୋଇଛି। ବିଶ୍ବର ଗାନ୍ଧୀବାଦୀ ତାଙ୍କର ଅବର୍ତ୍ତମାନରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଯୁବବର୍ଗଙ୍କୁ ଅହିଂସା ବିଚାର, ସାମ୍ପ୍ରଦାୟିକ ସଦଭାବନା, ସାମାଜ ସେବା ପାଇଁ କାର୍ଯ୍ୟ କରିବା ଦିଗରେ ପ୍ରଶିକ୍ଷଣ ଶିବିର ଆୟୋଜନ କରି 'ଭାଇଜୀ' ରୂପେ ପରିଚିତ ଥିଲେ। ଜାତୀୟ ସ୍ତରରେ କାର୍ଯ୍ୟ କରୁଥିବା ରାଷ୍ଟ୍ରୀୟ ଯୁବ ପ୍ରକଳ୍ପ ର ଖୋର୍ଦ୍ଧା ଜିଲ୍ଲା ଶିଖା ଯାଆଁଳା ସ୍ଥିତ ସଦ୍ ଭାବନା କେନ୍ଦ୍ରରେ ସୁବାରାଓଙ୍କ ସ୍ମୃତି ସଭା ଆୟୋଜିତ ହୋଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଟିପୁ ଭାଇ ସଭାପତିତ୍ବ କରିଥିଲାବେଳେ ସୋମଭାଇ ସଂଯୋଜନା କରିଥିଲେ। ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଖୋର୍ଦ୍ଧା ଜିଲ୍ଲା ଶିଖା ଆବାହକ ରାମଶଙ୍କର ଭାଇଜୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ରାଷ୍ଟ୍ରୀୟ ଯୁବ ପ୍ରକଳ୍ପର ଯୁବକ ଯୁବତୀ ସର୍ବଧର୍ମ ପ୍ରାର୍ଥନା କରିଥିଲେ ଏବଂ ସୋନୁ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୧୦/୨୦୨୧------୩,୦୦   Sakhigopal News,29/10/2021

ads

Blog Archive

Popular Posts