ads

Breaking News

ସହଁରାପଡା ଠାରେ ପ୍ରଥମ ବର୍ଷ ଗଜଲକ୍ଷ୍ମୀ ପୂଜା


ଭେଡେନ - ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସହଁରାପଡା ଠାରେ ପ୍ରଥମ ବର୍ଷ ଉତ୍ସାହ ଉଦ୍ଦୀପନାରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି। ଗତ ୧୯.୧୦.୨୧ କଳସ ଯାତ୍ରା, ଆଜି ୨୦.୧୦.୨୧ ମା ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇ ଯାଇଛି। ଆସନ୍ତା ୨୨.୧୦.୨୧ ଦିନ ମାଁ ଗଜଲକ୍ଷ୍ମୀୀ ଙ୍କ  ବିସର୍ଜନ ହେବ ବୋଲି ପୂଜା କମିଟୀ ର ସଭାପତି ସୁଧାସାଗର ଭୂଏ ଓ ସଂପାଦକ ଶ୍ରୀକାନ୍ତ ମାହାଣା ପ୍ରକାଶ କରିଛନ୍ତି। ଏହି ପୂଜା ରେ ପୁରୋହିତ ଭାବରେ ପଣ୍ଡିତ ଭୁବନ ଶତପଥୀ ପୂଜାର୍ଚ୍ଚନା କାର୍ଯ୍ୟ ତୁଲାଉଛନ୍ତି। ଏହି ପୂଜା ରେ କର୍ତା ଭାବରେ ମାଘୁ ଭୂଏ, ଧର୍ମପତ୍ନୀ ଲିଲିମା ଭୂଏ, ସନାତନ କର, ଧର୍ମପତ୍ନୀ ବଣ୍ଟି କର ଓ ସୁନୀଲ ପଟେଲ ଧର୍ମପତ୍ନୀ ଟୁନୀ ପଟେଲ ଦାଇତ୍ବ ତୁଲାଉଛନ୍ତି। ପଡାବାସୀ ର ବହୁ ଜନସାଧାରଣ ନୀତିକାନ୍ତି ଅନୁସାରେ ପୂଜା କାର୍ଯ୍ୟ ଅଂଶ ଗ୍ରହଣ କରିଛନ୍ତି। ପୂଜା କାର୍ଯ୍ୟ ପରେ ସର୍ବ ସାଧାରଣଙ୍କ ନିମନ୍ତେ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଛି। ଏଥିରେ ଡ଼ୋଲାମଣୀ ଭୁଏ, ବିଜୁ ବେହେରା, ପିଣ୍ଟୁ ଭୁଏ, ଶ୍ରବଣ ଭୂଏ ଓ ପଡା ର ସମସ୍ତ ମାଁ ଭଉଣୀ, ଯୁବକ, ଯୁବତୀ ଯୋଗଦାନ କରି ସହଯୋଗ କରିଛନ୍ତି।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୧୦/୨୦୨୧---୯,୪୫
Sakhigopal News,20/10/2021

ads

Blog Archive

Popular Posts