ads

Breaking News

ଖୋର୍ଦ୍ଧା ରୋଡ୍ ରେ “ମଲ୍ଟି ଡିସିପ୍ଲାଇନାରୀ ଟ୍ରେନିଂ ସେଣ୍ଟର୍” ପାଇଁ ଶିଳାନ୍ୟାସ

Laying of foundation stone for "Multi-Disciplinary Training Center" on Khordha Road

ଜଟଣୀ --ଇଷ୍ଟକୋଷ୍ଟ ରେଳବାଇର ଜେନେରାଲ ମ୍ୟାନେଜର ଶ୍ରୀ ବିଦ୍ୟା ଭୂଷଣ, ମୁଖ୍ୟ ପ୍ରଶାସକ ଅଧିକାରୀ (ନିର୍ମାଣ), ଶ୍ରୀ ଡି.ପି. ଲାଲ,ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ଏବଂ ଅନ୍ୟ ଶାଖା ଅଧିକାରୀଙ୍କ ଉପସ୍ଥିତିରେ, ଖୋର୍ଦ୍ଧା ରୋଡ୍ ଲୋକୋ କଲୋନୀରେ ନିର୍ମାଣ ହେବାକୁ ଥିବା “ମଲ୍ଟି ଡିସିପ୍ଲାଇନାରୀ ଟ୍ରେନିଂ ସେଣ୍ଟର୍” ପାଇଁ  ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲୋକ କଲୋନୀରେ 16 ଏକର ଜମିରେ ପ୍ରଶାସନିକ ବ୍ଲକ୍ କମ ଟ୍ରେନିଂ ସେଣ୍ଟର, ଲେଡିଜ୍ ଏବଂ ଜେଣ୍ଟସ୍ ହଷ୍ଟେଲ, ଅଡିଟୋରିୟମ୍, ହେଲ୍ଥ ୟୁନିଟ୍, କ୍ରୀଡା ସୁବିଧା ଇତ୍ୟାଦି ସହିତ ଏହି ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା କରାଯିବ । ଏହି ମଲ୍ଟି ଡିସିପ୍ଲାଇନାରୀ ଟ୍ରେନିଂ କେନ୍ଦ୍ରର କ୍ଷମତା ପ୍ରତି ବ୍ୟାଚରେ ୨ଶହ ଜଣ ପ୍ରଶିକ୍ଷାର୍ଥୀ ରହିବେ । ଏହି ତାଲିମ କେନ୍ଦ୍ର, ଗାର୍ଡ, ଆସିଷ୍ଟାଣ୍ଟ ଷ୍ଟେସନ୍ ମ୍ୟାନେଜର, ଟେକ୍ନିସିଆନ୍, ଜୁନିୟର ଇଞ୍ଜିନିୟର୍, ସେକ୍ସନ୍ ଇଞ୍ଜିନିୟର୍ ଇତ୍ୟାଦି ସମସ୍ତ ବିଭାଗର ଗ୍ରୁପ୍-ସି କର୍ମଚାରୀଙ୍କୁ ନିୟମିତ ଭାବରେ ପ୍ରାରମ୍ଭିକ ଏବଂ ପର୍ଯ୍ୟାୟକ୍ରମେ ତାଲିମ ଦେବାରେ ସହଜ ହୋଇ ପାରିବ । ବର୍ତ୍ତମାନ ବିଭାଗର କର୍ମଚାରୀଙ୍କୁ ସିନି, ଖଡଗପୁର, ବିଶାଖାପାଟନମ୍ ଏବଂ ସମଗ୍ର ଭାରତର ଅନ୍ୟାନ୍ୟ ତାଲିମ କେନ୍ଦ୍ରକୁ ତାଲିମ ପାଇଁ ପଠାଯାଉଛି। ମଲ୍ଟି ଡିସିପ୍ଲାଇନାରୀ ଟ୍ରେନିଂ ସେଣ୍ଟର୍ ମଣ୍ଡଳ ର ସମସ୍ତ ଗ୍ରୁପ୍-ସି କର୍ମଚାରୀମାନଙ୍କୁ ସେମାନଙ୍କର ପର୍ଯ୍ୟାୟକ୍ରମେ ଏବଂ ସଦ୍ୟ ତାଲିମ ପାଠ୍ୟକ୍ରମକୁ ସୁବିଧାଜନକ କରିବ ବୋଲି ଅତିଥି ମାନେ କହିଥିଲେ ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୧୦/୨୦୨୧---- 
Sakhigopal News,29/10/2021

ads

Blog Archive

Popular Posts