ଡେଲାଙ୍ଗରେ ମହିଳା ନେତ୍ରୀଙ୍କ କଙ୍ଗାରୁ କୋର୍ଟ
ଡେଲାଙ୍ଗ ------- ଡେଲାଙ୍ଗ ଥାନା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ । ଡେଲାଙ୍ଗ ଥାନା ଅର୍ନ୍ତଗତ ଗୁଆଳିପଡ଼ା ପଞ୍ଚାୟତର ମାଛପଡ଼ା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଙ୍ଗାରୁ କୋର୍ଟ ଜାରି ହୋଇଛି । ଏକ ନିର୍ଦ୍ଦଷ୍ଟ ରାଜନୈତିକ ଦଳର ପଞ୍ଚାୟତ ମହିଳା ସଭାନେତ୍ରୀ, ତାଙ୍କ ସ୍ୱାମୀ ଓ ଦୁଇଜଣ ଜନପ୍ରତିନିଧି ସଂଘବଦ୍ଧ ଭାବେ ତନୟ କୁମାର ନାୟକଙ୍କୁ ମାରଣାତ୍ମକ ଆକ୍ରମଣ କରାଯାଇଛି । ଗ୍ରାମରୁ ବିତାଡ଼ିତ କରିିଥିବା ନେଇ ଥାନାରେ ତନୟ ଲିଖିତ ଅଭିଯୋଗ କରିଛନ୍ତି । ଥାନାସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମାଛପଡ଼ା ଗ୍ରାମର ତନୟ କୁମାର ନାୟକ (୪୨)ଙ୍କର ପରିବାର ଲୋକେ ଗ୍ରାମର କେତେକ ପ୍ରଭାବଶାଳୀ ଲୋକଙ୍କ ଦୌରାତ୍ମ୍ୟର ଶିକାର ହୋଇ ୨ ବର୍ଷ ହେବ ପିଲାଛୁଆଙ୍କୁ ଧରି ବାହାରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି । ଏହାର ସୁଯୋଗ ନେଇ ତନୟଙ୍କ ଘର କୂଅରେ ବିଭିନ୍ନ ଆବର୍ଜନା ପକାଇ ଥିବାରୁ ସେଗୁଡ଼ିକୁ ପାଣିପମ୍ପ ଦ୍ୱାରା ତନୟ ସଫା କରୁଥିଲେ । ହଠାତ୍ ସେଠାରେ ମହିଳା ସଭାନେତ୍ରୀ ଶୁଭଲକ୍ଷ୍ମୀ ସ୍ୱାଇଁ, ତାଙ୍କ ସ୍ୱାମୀ ଚିତ୍ତରଞ୍ଜନ ସ୍ୱାଇଁ, ପ୍ରତାପ ଜେନା ଓ ଶିବ କୁମାର ଜେନା ପହଞ୍ôଚ ତନୟକୁ କାଠ ଫାଳିଆରେ ଅତର୍କିତ ଆକ୍ରମଣ କରିଥିଲେ । ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ନେଇ ତନୟ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ କ୍ରମେ ଡେଲାଙ୍ଗ ଥାନାଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକ ୧୫୮/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ଅନ୍ୟ ପକ୍ଷେ ଶୁଭଲକ୍ଷ୍ମୀଙ୍କ ପକ୍ଷରୁ ଡେଲାଙ୍ଗ ଥାନାରେ ତନୟଙ୍କ ବିରୁଧରେ ଏକ ଅଭିଯୋଗ ହୋଇଥିବା ଜଣାପଡିଛି । ଡେଲାଙ୍ଗରୁ =ଧୀରେନ୍ଦ୍ର ସେନାପତି, ୪/୭/୨୦୨୧---୫,୧୫, Sakhigopal News, 4/7/2021


