ads

Breaking News

ପ୍ରେସ କ୍ଳବ ସାକ୍ଷୀଗୋପାଳର କାର୍ଯ୍ୟକାରିଣୀ ବୈଠକ

 


ସାକ୍ଷୀଗୋପାଳ ------ ପ୍ରେସ କ୍ଳବ ସାକ୍ଷୀଗୋପାଳର ଏକ କାର୍ଯ୍ୟକାରିଣୀ ବୈଠକ ସଭାପତି ଧୀରେନ୍ଦ୍ର ସେନାପତିଙ୍କ ଆହ୍ୱନକ୍ରମେ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀର ବିଭିନ୍ନ କାଗଜ ଓ ବୈଦ୍ୟୁତିକ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ସତ୍ୟବାଦୀର ଉନ୍ନତି ଓ ପ୍ରଗତୀ ପାଇଁ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯିବା ପାଇଁ ସ୍ଥିର କରାଯାଇଛି । ଏକ ହୋଇ କାର୍ଯ୍ୟ କରିବାକୁ ସଭାପତି ମତ ପ୍ରକାଶ କରିଥିଲେ । ସର୍ବସମ୍ମତିକ୍ରମେ ଉପସଭାପତି ଭାବେ ନିରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ପୂର୍ଣ୍ଣାନନ୍ଦ ତ୍ରିପାଠୀ, ସମ୍ପାଦକ ତୁଷାର ରଞ୍ଜନ ନାୟକ, ଉପସମ୍ପାଦକ ଅରୁଣ କୁମାର ରାଉତ, ଯୁଗ୍ମ ସମ୍ପଦକ ବିଜୟ କୁମାର ମହାପାତ୍ର ରହିଥିବା ବେଳେ ସୁଶାନ୍ତ କୁମାର ରଥ ଲିଗାଲ ଆଡଭାଇଜର, ପରାମଶ ଦାର୍ତ୍ତା ଭାବେ ଧୀରେନ୍ଦ୍ର ନାଥ ଦାସ ରହିଛନ୍ତି । ସଦସ୍ୟ ଭାବେ ଦେବତିକ୍ତି ମିଶ୍ର,କୈଳାସ ମିଶ୍ର, ପ୍ରଭାତ କୁମାର ସାହୁ, ଶୁଭଲକ୍ଷ୍ମୀ ସେନାପତି, ହିମାଂଶୁ ମହାପାତ୍ର ପ୍ରମୁଖ ରହିଛନ୍ତି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୭/୨୦୨୧---୪,୫୫  Sakhigopal News , 23/7/2021

ads

Blog Archive

Popular Posts