ads

Breaking News

ସାକ୍ଷୀଗୋପାଳ ମନ୍ଦିର ସେବାୟତ ରୋଷଘରୁ ଚୋରୀ


 ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ମନ୍ଦିର  ବେଢ଼ାର ଦକ୍ଷିଣ ପଶ୍ଚିମ କୋଣରେ ସେବାୟତ ମାନଙ୍କ ପାଇଁ ରୋଷଘର ରହିଛି । ସେଇ ରୋଷ ଘରୁ ମଧ୍ୟରୁ ସୋମନାଥ ମହାପାତ୍ରଙ୍କ ରୋଷଘରୁ ରବିବାର ରାତିରେ ୧ଟି ପିତଳ ଥାଳି, ଛଅଟି ରସଥାଳି ଦୁବୁର୍ତ୍ତ ମାନେ କବାଟ କୁନ୍ଦାତାଡି ଚୋରି କରି ନେଇଛନ୍ତି । ଏ ସମ୍ପର୍କରେ ମନ୍ଦିର ସୁପରଭାଇଜରଙ୍କୁ ଲିଖିତ ଶ୍ରୀ ମହାପାତ୍ର ଜଣାଇଛନ୍ତି । ମନ୍ଦିର ପାଚେରୀ ଡେଇଁ ଦୁବୁର୍ତ୍ତମାନେ ଏହି କାଣ୍ଡ କରିଥବା ଅନୁମାନ କରାଯାଉଛି । ମନ୍ତିରରେ ଲାଗିଥିବା ସିସି କ୍ୟାମେରା ଅନେକ ଦିନ ହେବ ଅଚଳ ହୋଇପଡିଛି । ରାତ୍ର ଜଗୁଆଳି ଥାଇ ମଧ୍ୟ ଦୁବୁର୍ତ୍ତି ମାନେ ଏହି ଚୋରୀ କରିବାକୁ ପଛାଇ ନାହାନ୍ତି । ଅନ୍ୟ ପକ୍ଷେ ମନ୍ଦିର ଭଣ୍ଡାର ଘରେ ଠାକୁରଙ୍କର କୋଟି କୋଟି ଟଙ୍କାର ସୁନା ଗହଣା ରହିଥିବା ବେଳେ ଏହା ଏବେ କେତେ ସୁରକ୍ଷିତ ତାହା ପ୍ରଶ୍ନବାଚୀ ହୋଇପଡିଛି । ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର କହନ୍ତି ଅଭିଯୋଗ ମିଳିଛି ଏ ସମ୍ପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ।  ତୁରନ୍ତ ମନ୍ଦିର ମଧ୍ୟମରେ ଥିବା ସମସ୍ତ ସିସିି କ୍ୟାମେରା ମରାମତି କରାଯିବା ସହ ମନ୍ଦିର ଜଗୁଆଳି କଡାକଡି କରିବା ସହ ଦୁବୁର୍ତ୍ତି ମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସେବାୟତ ସଂଘର ସଭାପତି ରାମଚନ୍ଦ୍ର ମହାପାତ୍ରଙ୍କ ସହିତ ଅନ୍ୟ ସେବାୟତ ମାନେ ଦାବି କରିଛନ୍ତି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୭/୨୦୨୧ 

 Sakhigopal News, 25/7/2021

ads

Blog Archive

Popular Posts