ads

Breaking News

ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ

ଗଞ୍ଜାମ---- ଗଞ୍ଜାମ ଜିଲ୍ଲା ର କୋଦଳା ଏନଏସି ଅନ୍ତର୍ଗତ ଦଣ୍ଡିଶ୍ୱର ଛକରେ ସ୍ଥାନୀୟ ମହିଳା ଗୋଷ୍ଠୀ ମାନେ ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି।ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ମଦ ବିକ୍ରି ବଢି ଚାଲିଛି ।  ପୁରୁଷ ଲୋକମାନେ  ରାତିରେ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରି  ପରିବାର ଅଶାନ୍ତି ସୃଷ୍ଟି କରିବା ସହ ପରିବାର ମଧ୍ୟରେ କଳି ଝଗଡା ସୃଷ୍ଟି ହେଉଛି । ସାଧାରଣ ଲୋକଟିଏ ଦିନ ମଜୁରିଆ ଭାବେ କାମ କରି  ରାତିରେ ମଦ ପିଇ ଘରକୁ ଫେରୁଥିବା ବେଳେ ପରିବାରରେ ଅଭାବ ଅନାଟନ ଦେଖା ଦେଇଛି  । ବାରମ୍ବାର  ମଦ ବିକ୍ରି ବନ୍ଦ କରିବା ପାଇଁ ପ୍ରଶାସନ ନିକଟରେ ମହିଳା ଓ ଜନସାଧାରଣ ଅଭିଯୋଗ କରିଥିଲେ ମଧ୍ୟ ଏହାର କିଛି ସୁଫଳ ମିଳିନଥିଲା । ଶେଷରେ କୋଦଳା ଖରୁଡା ନୂଆଁ ସାହି, ଦଣ୍ଡିଶ୍ୱର ଛକ, ଖଲ୍ଲିିକୋଟ ରାସ୍ତା, ଗୋରଜି ସାହିର ଶତାଧିକ ମହିଳାମାନେ ଏହାର ପ୍ରତିବାଦ କରିଛନ୍ତି। ଏନେଇ ଦଣ୍ଡିଶ୍ୱର ଛକରେ ମଦ ବନ୍ଦ କରିବା ପାଇଁ ଏକ ସୂଚନା ଫଳକ ଲଗାଇ ଜନସାଧାରଣଙ୍କୁ ସହଯୋଗ ପାଇଁ ନିବେଦନ  କରିଛନ୍ତି। 
ଯଦି ଆଗାମୀ ଦିନରେ ଏଠାରେ ମଦ ବିକ୍ରି ବନ୍ଦ କରା ନ ଥାଏ   ଥାନା ଆଗରେ ମହିଳାମାନେ  ଧାରଣାରେ ବସିବା ସହିତ ରାଜରାସ୍ତା ଅବରୋଧ କରିବେ ବୋଲି ମଧ୍ୟ ଚେତାବନୀ ଦେଇଥିବା ଜଣାପଡିଛି ।
ଗଞ୍ଜାମରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,୨୪/୭/୨୦୨୧-----୭,୪୦ Sakhigopal News,24/7/2021

ads

Blog Archive

Popular Posts