ads

Breaking News

ଟ୍ରାକ୍ଟର ଧକ୍କାରେ ଜଣେ ମୃତ


 ଧରାକୋଟ---- ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ୫୯ ନଂ ଜାତୀୟ ରାଜପଥ ନନ୍ଦିଗୋର ତୋଟା ନିକଟରେ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ ହୋଇଯାଇଛି। ମୃତକ ଜଣକ ହେଲେ ନନ୍ଦିଗୋର ଗ୍ରାମର ୬୦ ବର୍ଷୀୟ ଗୋବିନ୍ଦ ମହାନ୍ତି।ସେ ଆଜି ସନ୍ଧ୍ୟା ସମୟରେ ନଦୀକୁ ଶୌଚ ହେବାକୁ ଯିବାବେଳେ ଅଚାନକ ଟ୍ରାକ୍ଟର ଟି ଧକ୍କାଦେଇଥିଲା। ଘଟଣା ସ୍ଥଳରେ ହିଁ ଗୋବିନ୍ଦ ଙ୍କ ମୃତ୍ୟୁ ହୋଇଥିବା ବେଳେ ଧରାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହିତ OD32A4170 ନାମକ ଟ୍ରାକ୍ଟର ଓ ଡ୍ରାଇଭର କୁ ଅଟକ ରଖିଛନ୍ତି । ଶବ ବ୍ୟବଛେଦ ପାଇଁ ଆସିକା ଉପ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠା ଯାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

ରିପୋର୍ଟ - କାଳୁ ଚରଣ ମହାପାତ୍ର

ads

Blog Archive

Popular Posts