ପୁର୍ବତନ ମଣ୍ଡଳସ୍ତରୀୟ ଫୁଟବଲ ଖେଳାଳୀଙ୍କ କରୋନାରେ ଦେହାନ୍ତ
ଜଟଣୀ----ପୁର୍ବତଟ ରେଳପଥ ଖୋର୍ଦ୍ଧାରୋଡ ରେଳମଣ୍ଡଳର ପୁର୍ବତନ ମଣ୍ଡଳସ୍ତରୀୟ ଫୁଟବଲ ଖେଳାଳୀ ସନ୍ଦିପ ମିଶ୍ର (ରାଜୁ ଭାଇ)ଙ୍କ କରୋନାକ୍ଷହ ମୃତ୍ୟୁ ବରଣ କରିଛନ୍ତି । ସେ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ସେଠାରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ ସୁଚନା ମିଳିଛି । ପ୍ରସିଦ୍ଧ ଫୁଟବଲ ଖେଳାଳୀଭାବେ ଖୋର୍ଦ୍ଧାରୋଡ ମଣ୍ଡଳରେ ୧୯୯୨ମସିହାରେ ରାଜୁଭାଇ ଇଜିଂନିୟରୀ ବିଭାଗରେ ଚାକିରୀ ଜିବନ ଆରମ୍ଭ କରିଥିଲେ । ପୁର୍ବତଟ ରେଳପଥ ଅଧିନସ୍ଥ ସମସ୍ତ ମଣ୍ଡଳରେ ସ୍ୱର୍ଗତ ରାଜୁ ଜଣେ ଉଦୟମାନ ଖେଳାଳୀଭାବେ ପରିଚିତ ଅଟନ୍ତି । ୧୯୯୩ ମସିହାରେ ଆୟୋଜିତ ହୋଇଥିବା ଇଂଟରଡିଭିଜନ ରେଲୱେ ଚମ୍ପିୟନସିପ ଟୁର୍ଣ୍ଣାମେଣ୍ଟରେ ଖୋର୍ଦ୍ଧାରୋଡ ମଣ୍ଡଳକୁ ଚମ୍ପିୟନ କରାଇଥିଲେ । ଜଟଣୀ ସହରରେ ରହିଥିବା ମା ଉତରାୟଣୀ ଫୁଟବଲ ଟିମ ଏବଂ ରେଡକ୍ଲବ ଫୁଟବଲ ଟିମରେ ଯୋଗଦେଇ ଲଗାତାରଭାବେ ୨ଥର ଦୁଇଦଳକୁ ଚମ୍ପିୟନ କରାଇ ଜଟଣୀ ସହରରେ ଗୈାରାବନ୍ୱିତ ହୋଇଥିଲେ । ଆଜି ଏହି ମୃତ୍ୟୁ ଖବର ପାଇବାପରେ ଜଟଣୀସ୍ଥ କୃପାସିନ୍ଧୁ ବିହାର ନିଜ ବାସଭବନରେ ଜାତୀୟ ସ୍ତରୀୟ ଫୁଟବଲ ଖେଳାଳୀ ହେମନ୍ତ କୁମାର ସୁନ୍ଦରାୟ,ରଶିଦ ବାଦଶାହ,ସତ୍ୟା ରାମ,ଚିନା ରାଓ,ଜିୟାଉଦ୍ଧିନ,ଆନନ୍ଦ ରାଓ ଓ ରଙ୍ଗନାଥ ବେହେରାଙ୍କ ସହିତ ଶତାଧିକ କ୍ରିଡାପ୍ରେମୀ ପହଞ୍ଚି ଶୋକସନ୍ତପ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରା, ୪/୭/୨୦୨୧ ---୫,୨୦



