ads

Breaking News

ଗାଁ ଗଁ ବୁଲି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା କଲେ ମନ୍ତ୍ରୀ


ଓଡଗାଁ ------ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ  ଓଡଗାଁ ବ୍ଳକ ର ବିଭିନ୍ନ ପଞ୍ଚାୟତ ଓ ଯଥା- ଓଡଗାଁ, ଗୋଡିପଲ୍ଲୀ, ରଙ୍ଗଣୀପାଟଣା, ମଶାବାରୀ, ପନ୍ତିଖାରୀଶାସନ, ଦେଓଗାଁ, ଭାଲିଆଡିହି, ପାଣ୍ଡେରିପଡା ,ମଦନପୁର ଇତ୍ୟାଦି ଗାଁ ବୁଲି ଲୋକଙ୍କ ଅଭିେଯାଗ ଶୁଣିବା ସହ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ର ସମୀକ୍ଷା କରିବା ସହ କେତଟି ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ।   
       
ଏଥିସହିତ ଓଡଗାଁ NAC  ରେ ୩୦ ଜଣ ବିକଳାଙ୍ଗ, ବିଧବା ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଏବଂ ରଙ୍ଗଣୀପାଟଣା ପଞ୍ଚାୟତରେ ଖରାପ ହୋଇଥିବା କ୍ଷ୍ଟ୍ରୀଟ ଲାଇଟ କୁ ମରାମତି କରି ନୂତନ ଷ୍ଟ୍ରିଟ୍ ଲାଇଟ ଲଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପନ୍ତିଖାରୀଶାସନ ରେ ମିଶନ ଶକ୍ତି ଗ୍ରୁହର ଉଦଘାଟନ କରିବା ସହ ପାଣ୍ଡେରିପଡା ରେ ମା ମଙ୍ଗଳା କ୍ଳବ ଘର ର ଉଦଘାଟନ କରିଥିଲେ। ଦେଓଗାଁ ଗସ୍ତ ବେଳେ ଏକ ଅର୍ଧ ନିର୍ମିତ ରାସ୍ତାର ନିର୍ମାଣକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉକ୍ତ ରାସ୍ତା ନିର୍ମାଣକୁ ନେଇ କୋର୍ଟରେ କେସ  ଚାଲିଥିବାରୁ ପରବର୍ତ୍ତୀ ଆଦେଶ ଆସିବା ପରେ ଜିଲ୍ଲାପାଳଙ୍କୁ କହି ନିର୍ମାଣ କାର୍ଯ୍ୟ କରିବାକୁ ମନ୍ତ୍ରୀ ଗ୍ରାମବାସୀ ଙ୍କୁ  ପ୍ରତିଶ୍ରୁତି ଦେଇଥିଲେ । ଗ୍ରାମବାସୀ ମାନେ ଶାନ୍ତ ପଡ଼ିଥିଲେ । ଦେଓଗାଁ ର କ୍ରୁଷି କ୍ଷେତ୍ର କୁ ପାଣି ଯୋଗାଣ ପାଇଁ ଭାଙ୍ଗିଯାଇଥିବା ଆନିକଟ କୁ ଶୀଘ୍ର ମରାମତି କରିବା ପାଇଁ ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ଆଜିର ଗସ୍ତ ବେଳେ ତାଙ୍କ ସହ ଜିଲ୍ଲାପରି ଷଦ ସଭ୍ଯ (୧ଓ ୨ ନଂ ଜୋନ ) ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, ବିଡିଓ ସ୍ୱାତିଲେଖା ଦାସ, ଓଡଗାଁ NAC କାର୍ୟ୍ଯନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର, ବ୍ଳକ ଅଧକ୍ଷା  ମମତା ବେହେରା, ନୟାଗଡ଼ ଜିଲ୍ଲା ବିଜୁ ମହିଳା ଜନତାଦଳର ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ବ୍ଳକ ବିଜେଡି ସଭାପତି ସୂର୍ୟ୍ଯ ଚୌଧୁରୀ, NAC ସଭାପତି ରବିନ୍ଦ୍ରନାଥ ପ୍ରୁଷ୍ଟି, ପୂର୍ବତନ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ, ସମିତିସଭ୍ୟ ବିଜନ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଓଡଗାଁରୁ ଦିଲ୍ଲୀପ୍ କୁମାର ବିଶୋଇ, ୩୧/୭/୨୦୨୧ -----୧୦,୩୦  Sakhigopal News,31/7/2021

ads

Blog Archive

Popular Posts