ads

Breaking News

ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନୁତନ ଆମ୍ବୁଲାନ୍ସ ଯୋଗାଣ


 ଡେଲାଙ୍ଗ----- ପୁରୀ ଜିଲ୍ଲା ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ଆମ୍ବୁଲନ୍ସ ଶ୍ରୀଟିଲା ଦ୍ୱାରା ଗାଦ୍ୟଚାର୍ଯ୍ୟମଙ୍ଗଲ ପୀଠଧିଶ୍ୱର  ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ମାଧବାଚାର୍ଯ୍ୟଜୀ ମହାରାଜଙ୍କ ପକ୍ଷରୁ ନୁତନ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଶ୍ରୀମାଧବାଚାର୍ଯ୍ୟଜୀ ମହାରାଜଙ୍କ ତତ୍ୱବଧାନରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ,ସମ୍ମାନିତ ଅତିଥିଭାବେ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି ,ଅତିଥିଭାବେ କଣାସ ବଡମଠ ମହନ୍ତ ପୁର୍ଣ୍ଣଚନ୍ଦ୍ର ଦାସ ମହାରାଜ, ସମାଜସେବୀ ଆର୍ତତ୍ରାଣ ସାହୁ ,ଡା. ଜନ୍ମଯେୟ ମିଶ୍ର,ଡା.ସୋନି ସାମନ୍ତରାୟ,ଡା, ଜୟପ୍ରକାଶ ସାମନ୍ତରାୟ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବଳରାମ ପଟ୍ଟନାୟକ ପ୍ରମୁଖ ପତକା ଦେଖାଇ ଲୋକର୍ପିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେଲାଙ୍ଗ ହାଟବଜାର ବ୍ୟବସାୟୀ ସଂଘ ସଭାପତି ମନୋରଞ୍ଜନ ବାରିକ,ଫାର୍ମାସିଷ୍ଟ ନୀହାର ରଞ୍ଜନ ଜେନାମଣି,ପ୍ରମୋଦ ପ୍ରଧାନ ,ଗାନ୍ଧୀ ପ୍ରଧାନ ପ୍ରମୁଖଙ୍କ ସହିତ ଡେଲାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ  ଉପସ୍ଥିତ ରହିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୪/୭/୨୦୨୧----୮,୫୫   

Sakhigopal News , 24/7/2021

ads

Blog Archive

Popular Posts