ads

Breaking News

ଖଣ୍ଡପଡ଼ା ବ୍ଲକରେ ନୁତନ ବିଡ଼ିଓ ଭାବେ ଯୋଗଦେଲେ ଅରୁଣୀମା ସ

 
ନୟାଗଡ଼----  ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବ୍ଲକରେ ନୁତନ ବିଡ଼ିଓ ଭାବେ ଅରୁଣୀମା ସାହୁ କାର୍ଯ୍ୟରେଯୋଗ ଦେଇଛନ୍ତି। ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନୂତନ ବିଡ଼ିଓଙ୍କୁ ସ୍ୱାଗତ କରିଥିଲେ।ନୂତନ ବିଡ଼ିଓ ଶ୍ରୀମତୀ ସାହୁ ପୂର୍ବତନ ବିଡ଼ିଓ ପ୍ରମୋଦ କୁମାର ନାଏକଙ୍କ ଠାରୁ ଦାୟୁତ ଗ୍ରହଣ କରିଥିଲେ।  ବିଡିଓଙ୍କ ପ୍ରକୋଷ୍ଟ ରେ ବ୍ଲକର ସମସ୍ତ ପଦାଧିକାରୀଙ୍କ ସହ ଶ୍ରୀମତୀ ସାହୁ ଆଲୋଚନା କରିବା ଅବସରରେ ବିଭିନ୍ନ ପ୍ରସଙ୍ଗ ଉପରେ ପଚାରି ବୁଝିଥିଲେ। ଅପରାହ୍ନ ରେ ଗଣମାଧ୍ୟମ ପ୍ରତିନିଧି ମାନେ ବିଡ଼ିଓଙ୍କୁ ଭେଟି ବ୍ଲକର ବିଭିନ୍ନ ସମସ୍ୟା ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ ।
 ନୟାଗଡ ରୁ, ନିରଂଜନ ଦାସ ,୨୭/୭/୨୦୨୧----୯,୦୦ 
Sakhigopal News,27/7/2021

ads

Blog Archive

Popular Posts