ads

Breaking News

ଫନି କ୍ଷତିଗ୍ରସ୍ତଙ୍କ ତାଲିକା ପ୍ରସ୍ତୁତ ନେଇ ବିଜେଡିର ଭର୍ଚ୍ଚୁଆଲ ମାଧ୍ୟମରେ ବୈଠକ


 ଡେଲାଙ୍ଗ ------  ଡେଲାଙ୍ଗ ବ୍ଲକ୍‌ର ଫନି କ୍ଷତିଗ୍ରସ୍ତ ଲୋକଙ୍କୁ ବାସଗୃହ ଯୋଗାଇ ଦେବା ନିମନ୍ତେ ଚୁଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି । ଏଥି ନିମନ୍ତେ ଡେଲାଙ୍ଗରେ ଏକ ଭର୍ଚ୍ଚୁଆଲ  ମୋଡ଼ରେ ବୈଠକ ଅନୁଷ୍ଠିତ ହୋଇଛି । ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ସୁପୁତ୍ର ତଥା ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ଡେଲାଙ୍ଗ ବ୍ଲକ୍ ବିଜେଡି ସଭାପତି ବୈରାଗୀ ଜେନା, ବ୍ଲକ୍ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି, ଦେବାଶୀଷ ନନ୍ଦ, ବ୍ଲକ୍ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ, ମହିଳା ବିଜେଡି ସଭାନେତ୍ରୀ ବାସନ୍ତୀ ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନଙ୍କ ସହିତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ୨୦୨୨ ମସିହା ବେଳକୁ ଡେଲାଙ୍ଗ ବ୍ଲକ୍‌ରେ ଯେପରି ଗୋଟିଏ ହେଲେ କଚା ଘର ରହିବ ନାହିଁ ==ବୋଲି ବ୍ଲକ୍ ବିଜେଡି ସଭାପତି ଶ୍ରୀ ଜେନା ପରାମର୍ଶ ଦେବା ସହ ଏ ଦିଗରେ ସମନ୍ୱୟ ରଖି ସମସ୍ତ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି କାର୍ଯ୍ୟ କରିବାକୁ ସେ ନିବେଦନ କରିଥିଲେ । ସେହିପରି ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପରିକଳ୍ପନାର କାର୍ଯ୍ୟକାରୀ କରିବାକୁ ସମସ୍ତଙ୍କୁ ଅନୁରୋଧ କରିବା ସହ ଯୁବ ବିଜେଡି ନେତା ରୁଦ୍ର ପ୍ରତାପ ମହାରଥୀଙ୍କ ଅକୁଣ୍ଠିତ ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ । ଦଳମତ ନିର୍ବିଶେଷରେ ଫନି କ୍ଷତିଗ୍ରସ୍ତ, ନିର୍ମାଣ ଶ୍ରମିକ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଗୃହ ଯୋଜନାରେ  ଗ୍ରାମ ମାନଙ୍କରେ ରହିଥବା କଚାଘର ଥିବା ପରିବାରଙ୍କୁ ଗୃହ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ମହାରଥୀ ପ୍ରତିଶ୍ରୁତି ଦେଇଥିଲେ । ତେବେ ଚଳିତ ମାସ ୫ ତାରିଖ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି=ବାକୁ ଅଧ୍ୟକ୍ଷ ଶ୍ରୀ ସାହୁ ନିବେଦନ କରିଥିଲେ । ଏପରିକି ଗୃହ ନିର୍ମାଣ ପାଇଁ ପୂର୍ବରୁ ୭୦ ହଜାର ଟଙ୍କା ପାଇଥିବା ହିତାଧିକାରୀମାନଙ୍କୁ ଏଥିରେ ସାମିଲ କରାଯିବ ବୋଲି ଶ୍ରୀ ସାହୁ ସ୍ପଷ୍ଟ କରିଥିଲେ । ଏହି ଭର୍ଚୁଆଲ ବୈଠକରେ ୫୦ରୁ ଉର୍ଦ୍ଧ୍ୱ ଜନପ୍ରତିନିଧି ଓ ଦଳୀୟ କର୍ମୀ ଅଂଶଗ୍ରହଣ କରିଥିଲେ ।ଡେଲାଙ୍ଗରୁ =ଧୀରେନ୍ଦ୍ର ସେନାପତି, ୪/୭/୨୦୨୧---୫,୧୫,  Sakhigopal News, 4/7/2021

ads

Blog Archive

Popular Posts