ads

Breaking News

ଟୀକାକରଣ ପାଇଁ ବୁଲିଲା ସଚେତନତା ରଥ


 ସାକ୍ଷୀଗୋପାଳ-----ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ନିମୋକୋକଲ କଞ୍ଜୁଗେଟ ଟୀକାକରଣ ସଚେତନତା ରଥ ପରିକ୍ରମା ଆରମ୍ଭ  ହୋଇଛି ।   ଏହି ଟୀକା କରଣ ସରକାର ପ୍ରଥମ କରି ବୁଧବାର ଠାରୁ ଆରମ୍ଭ କରିବାକୁ ଯାଉଛନ୍ତି ।  ଦେଢ଼ ମାସ, ସାଢ଼େତିନିମାସ ଓ ନଅ ମାସ ଶିଶୁ ମାନଙ୍କୁ ଏହି ଟୀକା ପ୍ରଦାନ କରାଯିବ । ଯାହା ଫଳରେକି ଶିଶୁ ମାନଙ୍କୁ  ମାରାତ୍ମକ ନିମୋନିଆ ରୋଗକୁ ପ୍ରତିରୋଧ କରି ପାରିବ ବୋଲି ବି, ପି,ଏମ ଜ୍ୟୋତି ରଞ୍ଜନ ଶତପଥି କହିଛନ୍ତି । ସଚେତନତା ରଥ ଶୁଭାରମ୍ଭରେ ପି. ଏଚ, ଇ, ଓ କ୍ଷେତ୍ରମଣି ସେଠି, ବି,ଡି,ଏମ ରାଜଶ୍ରୀ ମିଶ୍ର, ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ନନ୍ଦ ଙ୍କ ସହିତ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଉପସ୍ଥିତିରେ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୭/୨୦୨୧--୪,୫୫

 Sakhigopal News, 3/7/2021

ads

Blog Archive

Popular Posts