ଗାଁ ଦାଣ୍ଡରେ ଆକ୍ରମଣ ମହିଳା ସମେତ ୨ ଆହତ, ୩ ଅଭିଯୁକ୍ତ ଗିରଫ
ଡେଲାଙ୍ଗ----ଡେଲାଙ୍ଗ ଥାନା ଅନ୍ତର୍ଗତ ଡଁପୁର ଗ୍ରାମ ଦାଣ୍ଡରେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ମହିଳାଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଡେଲାଙ୍ଗ ପୁଲିସ ଗିରଫ କରି କୋର୍ଟ ଚାଲାଣ କରଥିବା ଜଣାପଡିଛି । ସେମାନଙ୍କ ଜାମିନି ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଡେଲାଙ୍ଗ ଥାନା ଅନ୍ତର୍ଗତ ହୁମର ଗ୍ରାମର ତପନ ସ୍ୱାଇଁ (୨୧), ତନ୍ମୟ ବିଶ୍ୱାଳ (୨୪) ଓ ମନୋଜ ସ୍ୱାଇଁ (୧୯) ଶୁକ୍ରବାର ସଂଧ୍ୟା ୫ଟାରେ ଅନ୍ୟ ସହଯୋଗୀମାନଙ୍କ ସହ ହଠାତ୍ ଡଁପୁର ଗ୍ରାମରେ ପହଞ୍ôଚ ଗାଁ ଦାଣ୍ଡରେ ବଡ ପାଟିରେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ପ୍ରହଲ୍ଲାଦ ଦଳେଇ ଓ ଅନ୍ୟ ଗ୍ରାମବାସୀମାନେ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ମହିଳାମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ । ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ଓ ବଚସା ଉଗ୍ରରୂପ ଧାରଣ କରିଥିଲା । ହଠାତ୍ ଯୁବକ ମାନେ ରାଗ ସମ୍ଭାଳି ନପାରି ପ୍ରତିମା ବରାଳ, ପରମାନନ୍ଦ ବରାଳ ଓ ପ୍ରହଲ୍ଲାଦ ଦଳେଇଙ୍କୁ ଲୁହାରଡ଼ ଓ ଠେଙ୍ଗାରେ ଆକ୍ରମଣ କରିବାକୁ ପଛାଇନଥିଲେ । ଏ ସମ୍ପର୍କରେ ପ୍ରତିମା ବରାଳ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ହେବା ପରେ ଆହତମାନଙ୍କୁ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇଛନ୍ତି । = ଥାନା ଅଧିକାରୀଙ୍କ ନିଦ୍ଦେର୍ଶରେ ଏସଆଇ ଲାଇକା ମହାରଣାଙ୍କ ସମେତ ସଦଳବଳ ପୁଲିସ ହୁମର ଗ୍ରାମରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଡେଲାଙ୍ଗ ଥାନାରେ ୧୫୯/୨୧ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୪/୭/୨୦୨୧--5-20, Sakhigopal News, 4/7/2021


