ପୋଲିସ ଟୀକା କରଣ କେନ୍ଦ୍ରରୁ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଉଦ୍ଦାର କଲା; ଟୀକା କରଣ ବନ୍ଦ ରହିଲା
ସାକ୍ଷୀଗୋପାଳ----= ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ କୋଭିଡ ଟୀକା କରଣ କରାଯାଉଛି । ଏହି ଅବସରରେ ଅଳଗୁମ ଜାଗେଶ୍ୱରୀ ବିଦ୍ୟାପୀଠରେ ୧୫୦ ଜଣ ୧୪ ରୁ ୪୪ ବର୍ଷର ୧୫୦ ଜଣଙ୍କୁ ଟୀକା ପ୍ରଦାନ କରାଯାଇଥିଲା । ୧ଶହ ଜଣଙ୍କୁ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟୀକା ପ୍ରଦାନ ପାଇଁ ଆସିଥିଲା । ମାତ୍ର ଟୀକା କେନ୍ଦ୍ରରେ ଶହ ଶହ ଲୋକମାନେ ଜମା ହୋଇଯାଇଥିଲେ । ସେଠାରେ ମହିଳା ସ୍ୱାସ୍ଥ୍ୟ କର୍ମୀ କେବଳ ୧ଶହ ଜଣଙ୍କୁ ଦୁତୀୟ ଡୋଜ ଟୀକା ରହିଛି ବୋଲି କହିଥିଲେ । ମାତ୍ର ଲୋକମାନେ କହିଥିଲେ ପ୍ରଥମ ଡୋଜ ନେବାର ୯୦ ଦିନରୁ ୧୨୦ ଦିନ ହୋଇଗଲାଣି ଆମକୁ ଟୀକା ମିଳୁନାହିଁ ଅଭିଯୋଗ କରି ଟୀକା କେନ୍ଦ୍ରରେ ହୋହଲ୍ଲା କରି ଗହଳି ଲଗାଇଥିଲେ । ଏପରିକି କୋଭିଡ- ୧୯ ଆଉନ ଉଲ୍ଲଙ୍ଗନ କରି ଏକାଠି ଲୋକମାନେ ଜମା ହୋଇଥିଲେ । ଏହି ଖବର ପାଇ ବିଡିଓ କ୍ଷୀରୋଦ କୁମାର ବେହେରା ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଜଣାଇବା ପରେ ଟୀକା କେନ୍ଦ୍ରରୁ ଉତ୍ତେଜିତ ଲୋକମାନଙ୍କ ଠାରୁ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଉଦ୍ଧାର କରିବା ସହ ଟୀକା କରଣ ସ୍ଥଗିତ ରଖାଯାଇଛି । ସେଠାରେ ଟୋକୋନ ବ୍ୟବସ୍ଥା କରାଯିବା ପରେ ଟୀକା କେନ୍ଦ୍ର କରାଯିବ ବୋଲି ବିଡିଓ ଶ୍ରୀ ବେହେରାଙ୍କ ଠାରୁ ସୁଚନା ମିଳିଛି । ସେହିପରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାକ୍ଷୀଗୋପାଳରେ ଟୀକା କମ ସଂଖ୍ୟା ଥିବାରୁ ଅଧିକ ଲୋକ ଆସିବାରୁ ଗହଳି ହେବା ସହ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇଯିବାରୁ ଟୀକା ପ୍ରଦାନ ବନ୍ଦ ରହିଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୭/୨୦୨୧---୪,୫୦, Sakhigopal News, 3/7/2021




