ମହିଳା ପରିବେଶ ର୍କମୀ ଭିନ୍ନ ଢ଼ଙ୍ଗରେ ପାଳନ କଲେ ବନ ମହୋତ୍ସବ
ସାକ୍ଷୀଗୋପାଳ------ ସତ୍ୟବାଦୀରେ ଜଙ୍ଗଲ ବିଭାଗ ପକ୍ଷରୁ କେବଳ ନାମକୁ ମାତ୍ର ଚାଲିଛି ବନ ମହୋତ୍ସବ । ଗୋଟିଏ ଗଛ ନ ଲଗାଇ ଅର୍ଥ ଖର୍ଚ୍ଚ କରାଯାଇ ନିଜର ବାହାବା ନେବା ପାଇଁ ବନ ମହୋତ୍ସବ ପାଳନ କରାଯାଉଛି । ଏପରି ଜଣେ ମହିଳା ପରିବେଶବିତ୍ତି ର୍କମୀ ଅଛନ୍ତି ସିଏ ନିଜ ହାତରୁ ଅର୍ଥ କରି ବନ ମହୋତ୍ସବ ପାଳନ କରିଛନ୍ତି । ତାଙ୍କ ଘର ହେଉଛି ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ଗ୍ରାମର ଡଃ, ଶାନ୍ତିଲତା ଅଧିକାରୀ କୋଭିଡ ନିୟମ ଅନୁସାରେ ୨୦୨୧ ବନ ମହୋତ୍ସବ ପାଳନ କରିଛନ୍ତି । ଏହି ଅବସରରେ ଲୋକମାନଙ୍କୁ ଜଳଖିଆ ପ୍ୟାକେଟ ଦେବାସହ କନିଅର, ମନ୍ଦାର, ଅପରାଜିତା, କାଗଜଫୁଲ, ଟେବୁଲ ଗୋଲାପ, ଚାଇନା ଟଗର ବଣ୍ଟନ କରାଯିବା ସହ ରାସ୍ତା କରରେ ଆମ୍ବ, ନିମ୍ବ, ବର, ଓସ୍ତ, କଇାଁ ଗଛ ଚାରା ରୋପଣ କରାଯାଇଥିଲା । ବୃକ୍ଷର ଉପକାରିତା ସମ୍ପର୍କେ ପଥଚାରୀ ମାନଙ୍କୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟା ରଜନୀ ମଲ୍ଲିକ ଓ ସ୍ମିତା ଅଧିକାରୀ ପୂର୍ବତନ ୱାର୍ଡ ସଭ୍ୟ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସହିତ କିଛି ପିଲାମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ
=
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୭/୨୦୨୧--୪,୫୫,
Sakhigopal News, 3/7/2021




