ads

Breaking News

କନିଷ୍ଠଯନ୍ତୀ ଜେ ଅନିତାଙ୍କ ମୃତ୍ୟୁ ଘଟଣାରେ ସହକର୍ମୀ କନିଷ୍ଠଯନ୍ତୀ ଗିରଫ

 
ଭଞ୍ଜନଗର--ବନ୍ଦ କୋଠରୀ ଭିତରୁ କନିଷ୍ଠ ଯନ୍ତ୍ରୀ ଜେ,ଅନିତାଙ୍କ  ଝୁଲନ୍ତା ଅବସ୍ଥାରେ  ଗଳିତ ଶବ ଉଧାର ଘଟଣାରେ ଯୁବ କନିଷ୍ଠଯନ୍ତୀ ଗିରଫ।  ଗଞ୍ଜାମ ଜିଲ୍ଲା କୁଲାଡ ଥାନା ଅନ୍ତର୍ଗତ ଲଣ୍ଡେଇସାହିରେ  ଥିବା ୟୁନିଟ-୩ରେ ଜୁନ ୨୪ତାରିଖରେ ଜେ ଅନିତାଙ୍କ ଶବକୁ ପୁଲିସ ଉଦ୍ଧାର କରିବା ସହ ମୃତ୍ୟୁ ପୂର୍ବରୁ ମୋବାଇଲିରେ କରିଥିବା ଭିଡିଓ ଓ ସୁଇସାଇଟ ନୋଟ ଜବତ କରିଥିଲା ପୁଲିସ । ଏହାକୁ ଆଧାରରେ ପୁରୁଷ ସହକର୍ମୀ ଯନ୍ତ୍ରୀ ସହଦେବ ମଢେଇ ଙ୍କ ନାମରେ ମୃତ୍ୟୁ ଜେ ଅନିତାଙ୍କ ଭଉଣୀ ଜେ ଆରତୀ ଭଞ୍ଜନଗର ଥାନାରେ ଏତଲା ଦେବା ପରେ ଏତଲାକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଧୀରେ ଧୀରେ ତଦନ୍ତ ଆରମ୍ଭ କରିଥିବା ବେଳେ ଜେ ଅନିତାର ମୃତ୍ୟୁର କାରଣ ର  ରହସ୍ୟ ଧୀରେ ଧୀରେ ଗୁମର ଖୋଲିଥିଲା ।ପୁଲିସ ଶେଷରେ ଜେ ଅନିତାର ମୃତ୍ୟୁର କାରଣ ପାଇ ସହକର୍ମୀ  ଯନ୍ତ୍ରୀ ସହଦେବ ମଢେଇଙ୍କ ନିକଟରେ ପହଞ୍ଚି ଯନ୍ତ୍ରୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଦିପ୍ର କୁମାର ସାହୁ କହିଛନ୍ତି । ମୃତ୍ୟୁ କନିଷ୍ଠ ଯନ୍ତ୍ରୀ ଅନିତାଙ୍କ  ନିଜଘର ବ୍ରହ୍ମପୁର ସହରରେ ହୋଇଥିବା ବେଳେ  କନିଷ୍ଠଯନ୍ତୀ ଜେ ଅନିତା ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ଥିବାରୁ ସେ ଲଣ୍ଡେଇସାହି ୟୁନିଟ -୩ରେ ଭଡାନେଇ ରହୁଥିଲେ । ଖବର ନେବାରେ କନିଷ୍ଠଯନ୍ତୀ ଜେଅନିତା ଗତ ବର୍ଷ ମାର୍ଚ୍ଚ ମାସରେ  ଗ୍ରାମ ଉନ୍ନୟନ ଡିଭିଜନ-୧ରେ କାର୍ଯ୍ୟରେ ଯୋଗଦେଇ ଥିଲେ ।କିଛି ମାସ ଭିତରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂର୍ପକ ଗଢି ଉଠିବା ସହ ବିବାହର ପ୍ରଲେଭନ ଦେଖାଇ ଶାରୀରିକ ସଂପୂର୍କ ରଖି ଆସୁଥିଲେ। ଏହି ଭିତରେ ସହକର୍ମୀ  ଯନ୍ତ୍ରୀ ସହଦେବ ମଢେଇ ଅନ୍ୟତ୍ର ବିବାହ ହୋଇଯିବା ପରେ ଦୁହିଁଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଥିଲା ।ଏହି ଘଟଣାକୁ ନେଇ ଜେ ଅନିତା ମାନସିକ ହରାଇ  ଭଡା ଘରେ ରହୁଥିବା ଘରେ ଥିବା ପଙ୍ଖାରେ ଚୁନି ସାହାଯ୍ୟରେ ଆମହତ୍ୟା କରିଥିଲା ଏହାକୁ ନେଇ  ଭଂଜନଗର ପୋଲିସ ୨୧/୨୧ରେଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଥିବାବେଳେ ମୃତ୍ୟୁ ଅନିତାର ଭଉଣୀ ଆରତୀରଏତଲା କନିଷ୍ଠଯନ୍ତୀ ଜେ ଅନିତାଙ୍କ ମୃତ୍ୟୁ ଘଟଣାରେ ସହକର୍ମୀ କନିଷ୍ଠଯନ୍ତୀ ଗିରଫ କରିଛି ।  ଭଉଣୀ ଜେ ଆରତୀଙ୍କ ଅଭିଯୋଗ କୁ  ଭିତ୍ତି କରି ଭଞ୍ଜନଗର ଥାନା କେସ ନଂ ୨୬୭/୨୧ ଧାରା ୩୬୭/୩୦୬ ଆଇପିସିରେ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦିପ୍ର କୁମାର ସାହୁ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ, ୩/୭/୨୦୨୧--୪,୪୦ , Sakhigopal News,3/7/2021

ads

Blog Archive

Popular Posts