ads

Breaking News

ଡକାୟତି ଉଦ୍ୟମ ଫଣ୍ଡ, ପିସ୍ତଲ ଓ ମାରଣାସ୍ତ୍ର ସହ ଚାରି ଗିରଫ

 
ଆସିକା-ଆସିକା ପୋଲିସ ର ପ୍ରେଟୋଲିଙ୍ଗ କରୁଥିବା ବେଳେ ଚାରି ମଇଲ ଛକ ନିକଟସ୍ଥ ଦସନାପଲ୍ଲି ବିଶ୍ରାମଗାର ଠାରେ ଡ଼କାୟତ ଦଳକୁ ଗିରଫ କରିଛି ପୋଲିସ।ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ,ଦୁଇ ରାଉଣ୍ଡ ଜୀବନ୍ତ ଗୁଳି,ପାଞ୍ଚଟି ଜୀବନ୍ତ ବୋମା,ଦୁଇଟି ମୋଟର ସାଇକେଲ, ଲଙ୍କା ଗୁଣ୍ଡ,ଚାରୋଟି କଳା ମୁଖା ଏବଂ ବିଭିନ୍ନ ପ୍ରକାରର ମାରଣାସ୍ତ୍ର  ଜବତ ସହ ଚାରିଜଣକୁ ଗିରଫ କରିଛି ପୋଲିସ।ଚଢ଼ାଉ ବେଳେ ଜଣେ   ଫେରାର ଥିବା ଜଣା ପଡ଼ିଛି।ଏନେଇ ଆସିକା  ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂ ଚାରି ଜଣଙ୍କୁ ଗିରଫ କରି ଆସିକା କୋର୍ଟକୁ ଚାଲଣ କରିଥିବା ସୂଚନା ଦେଇଛନ୍ତି।ଏପରିକି ଗିରଫ ବ୍ୟକ୍ତି ବିଶେଷମାନେ ପେଷାଦାର ଅପରାଧୀ ବୋଲି ଜଣାଇବା ସହ ଆଗାମୀ ଦିନରେ ଅପରାଧୀତତ୍ୱକୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି।
ବ୍ରହ୍ମପୁର ରୁ ଅଶେଷ କୁମାର ପାୟର ଙ୍କ ରିପୋର୍ଟ ,୨/୬/୨୦୨୧---୨,୨୦ 
 Sakhigopal News 2/6/2021

ads

Blog Archive

Popular Posts