ads

Breaking News

ପେଣ୍ଠପଡା ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା

 


ସାକ୍ଷୀଗୋପ।।ଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପେଣ୍ଠପଡା ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା ଉପରେ ଗୁରୁତ୍ୱ ଦିଆଯିବା ସହ ଲୋକମାନଙ୍କୁ ସଚେତନତା କରାଯାଇଛି ।  ଗୁରୁବାର ଅପରାହ୍ନରେ ଏକ କୋଭିଡ-୧୯ ସଚେତନତା ଅଭିଯାନ ର‌୍ୟାଲି ବାହାରିଥିଲା । ଏଥିରେ ଅଙ୍ଗନୱାଡି କର୍ମୀ ସନ୍ଦ୍ୟାରାଣି ସାହୁ, ବିଶ୍ୱଜିତା ଦେବୀ, ଲକ୍ଷ୍ମୀମଣି ବେହେରା, ଆଶା କର୍ମୀ କୃଷ୍ଣପିୟା ସାହୁ, ସୁଜତା ହୋତା, ଅଙ୍ଗନୱାଡି ସହାୟିକା ପ୍ରଭାତି ସାହୁ, ସରସ୍ୱତୀ ଦାଶ, ୱାର୍ଡ ସଭ୍ୟ ମିନା ସାହୁଙ୍କ ସହିତ ମହିଳା ଗୋଷ୍ଠୀର ସଦସ୍ୟା ମିନା ମହାପାତ୍ର, ମିତା ପଣ୍ଡା, ଯଶୋଦା ଦୋରା ପ୍ରମୁଖ ରଙ୍ଗଣସାହି, ଗୋପାଳପୁର ପାଟଣା ଓ କଳିଙ୍ଗ ବିହାର ଗ୍ରାମ ପରିକ୍ରମା କରିବା ସହ ଲୋକମାନଙ୍କୁ ସଚେତନତା କରିଥିଲେ । ପୁରୁଷ ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରଦୀପ୍ତ କୁମାର ଚମ୍ପତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୬/୨୦୨୧---୮,୩୫

  Sakhigopal News, 24/6/2021


ads

Blog Archive

Popular Posts