ads

Breaking News

ଭିସି ମାଧ୍ୟମରେ ସମୀକ୍ଷା ଓ ଆଲେଚନା କଲେ ୫ଟି ସଚ୍ଚିବ


 ଡେଲାଙ୍ଗ -----  ସରକାର ଡେଲାଙ୍ଗ ବ୍ଳକର ୪ଗୋଟି ହାଇସ୍କୁଲକୁ ମଡେଲ ବିଦ୍ୟାଳୟ ତଥା ୫ଟି ଯୋଜନାରେ ଅନ୍ତଗୁକ୍ତ କରିଛନ୍ତି । ସେ ଗୁଡିକ ହେଲା, ହରିରାଜପୁରର ସୋମନାଥ ବିଦ୍ୟାପୀଠ, ଡେଲାଙ୍ଗ ମହାତାବ ହାଇସ୍କୁଲ, ସରକାରୀ ହାଇସ୍କୁଲ ବେରବୋଇ ଓ ରାଧାକାନ୍ତ ବିଦ୍ୟାପୀଠ ଡେଲାଙ୍ଗ । ବେସରକାରୀ ବିଦ୍ୟାଳୟ ସହିତ ସରକାରୀ ବିଦ୍ୟାଳୟ କୁ ସମକକ୍ଷ କରିବା ପାଇଁ ଆରମ୍ଭ କରିଛନ୍ତି ପ୍ରୟାସ । ମଙ୍ଗଳବାର ପୂବାହ୍ନରେ ଡେଲାଙ୍ଗ ବ୍ଳକର ବିଜୁ ପଟ୍ଟନାୟକ ସମ୍ମଳନି କକ୍ଷରେ  ଭିସି ମାଧ୍ୟମରେ   ୫ଟି ସଚ୍ଚିବ ଭି.କେ. ପାଣ୍ଡିୟାନଏକ ସମୀକ୍ଷା ବୈଠକ କରିଛନ୍ତି । ବ୍ଳକ ବିଡିଓ ଦିଲୀପ କୁମାର ତ୍ରିପାଠୀ ଙ୍କଅଧ୍ୟକ୍ଷତାରେ ଅନୁଷ୍ଠିତ  ସମୀକ୍ଷା ବୈଠକରେ  ୪ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ଆଲୁମିନା କମିଟିର ସଦସ୍ୟ, ସ୍ଥାନୀୟ ସରପଞ୍ଚ, ବିଦ୍ୟାଳୟ ପରିଚାଳନା କମିଟିରୁ ଜଣେ, ଛାତ୍ର ଛାତ୍ରୀ ଦୁଇଜଣ ଏହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ ।  ବିଦ୍ୟାଳୟରେ ୨ଟି ସୁପର କ୍ଳାସରୁମ, ତିନୋଟି ଉନ୍ନତ ଧରଣର ଖେଳ ପଡିଆ, ବିଜ୍ଞାନଗାର, ଲାଇବ୍ରେରୀ ପ୍ରତିଷ୍ଠା କରାଯିବା ଏହି କାର୍ଯ୍ୟ ନଭେମ୍ବର ୧୪ ତାରିଖ ମଧ୍ୟମରେ ଶେଷ କରାଯିବ ବୋଲି ଜଣାପଡିଛି ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,୩୦/୬/୨୦୨୧

ads

Blog Archive

Popular Posts