ads

Breaking News

ସ୍ତ୍ରୀ ହତ୍ୟା ଅଭିଯୋଗରେ ତିନି ମାସ ପରେ ସ୍ୱାମୀ ଗିରଫ

 ଡେଲାଙ୍ଗ----  ସ୍ତ୍ରୀ ହତ୍ୟା ଅଭିଯୋଗରେ ତିନି ମାସ ପରେଅଭିଯୁକ୍ତଙ୍କୁ ଡେଲାଙ୍ଗ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି ।  ପୁଲିସ ସୁତ୍ରରୁ ମିଳିଥିବା ସୁଚନାନୁଯାଇ ଡେଲାଙ୍ଗ ଥାନା ଅର୍ନ୍ତଗତ ସାଉରିଆ ପଞ୍ଚାୟତ ଓଉପଡା ଗ୍ରାମର ଗିତାଞ୍ଜଳି କୋଦମାସିଂହ(୩୩)ଙ୍କୁ ତାଙ୍କ ସ୍ୱାମି ସୋମନାଥ କୋଦାମସିଂହ (୩୮)ମାର୍ଚ୍ଚ ୨୨ ତାରିଖ ଦିନ ଅଧିକ ଯୈାତୁକ ଦାବୀ କରି ତାକୁ  ହତ୍ୟା କରିଥିବା ନେଇ ଗିତାଞ୍ଜଳିଙ୍କ  ସାନଭଉଣି  ସୁଚିତ୍ରା ପାତ୍ର  ଡେଲାଙ୍ଗ ଥାନାରେ ଲିଖି୍‌ତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଡେଲାଙ୍ଗ ଥାନାରେ ୬୧/୨୧ରେ ଏକ କେସ ରୁଜୁ ହୋଇଥିଲା । ଘଟଣା ଘଟିବା ଦିନଠାରୁ ଅଭିଯୁକ୍ତ ପୁଲିସ ଆଖିରେ ଚକମା ଦେଖାଇ ଭୁବନେଶ୍ୱରରେ ଛଦ୍ମବେଶ ଧରି ଅଟୋ ଚଳାଉଥିଲା । ବିଶେଷ ସୁତ୍ରରୁ ଖବର ପାଇ ଡେଲାଙ୍ଗ ଥାନା ଅଧିକାରୀ ଙ୍କ ନିଦ୍ଦେର୍ଶରେ ଏକ ଟିମ   ଭୁବନେଶ୍ୱର ଯାଇଥିଲା । ଅଟୋ ଚଳାଉଥିବା ଅବସ୍ଥାରେ ବରମୁଣ୍ଡା ଅଞ୍ଚଳରୁ ସୋମନାଥ କୋଦମାସିଂହଙ୍କୁ ଗରିଫ କରିବାରେ ପୁଲିସ ସଫଳ ହୋଇଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ସୁଚନା ମିଳିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୭/୬/୨୦୨୧   ----9,25      

  Sakhigopal News, 17/63/2021

ads

Blog Archive

Popular Posts