ads

Breaking News

ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକଙ୍କୁ ସହାୟତା ମିଳିଲା

=

 ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର କାର୍ଯ୍ୟାରତ ଯୁବ ସାମ୍ବାଦିକ ଦୀପକ କୁମାର ମିଶ୍ର ଦୁଇ ଦିନ ତଳେ ଗୁରୁତର ଅସ୍ଥସ୍ଥ ହୋଇ ପ୍ରଥମେ ଡେଲାଙ୍ଗ ତା ପରେ ପରେ ଭୁବନେଶ୍ୱର ବେ ସରକାରୀ ମେଡିକାଲରେ ଚିକିତ୍ସା ହେଉଛନ୍ତି । ତାଙ୍କର ଉଚ୍ଚ ରକ୍ତଚାପରେ ପୀଡିତ ହୋଇ ବ୍ରେନଷ୍ଟୋକ ହୋଇଯାଇଛି । ଏହି ଖବର ସାମ୍ବାଦିକ ମାନେ ପୁରୀ ଜିଲ୍ଲାପାଳଙ୍କ ନଜରକୁ ଆଣିବାରୁ  ତାଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢ଼େଇ ଡେଲାଙ୍ଗ ଷ୍ଟେସନସ୍ଥିତ ଦୀପକ କୁମାର ମିଶ୍ର ଙ୍କ ବାସଭବନରେ ପହଞ୍ଚି ତାଙ୍କ ନନା ବିଜୟ କୁମାର ମିଶ୍ରଙ୍କୁ ୨୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୨୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହା ସହିତ ଦୀପକ ଶୀଘ୍ର ଆରୋଗ୍ୟ କାମନା କରିବା ସହ ପରିବାରଙ୍କୁ ସ୍ୱାନ୍ତନା ଦେଇଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୬/୨୦୨୧---୯,୦୦----
 Sakhigopal News, 22/6/2021


ads

Blog Archive

Popular Posts