ads

Breaking News

ଡେଲାଙ୍ଗ ଦୁଗ୍ଧ ଶିତଳ କରଣ ସମବାୟ ସମିତି ଭାରପ୍ରାପ୍ତ ଅଧିକାରୀଙ୍କ ବିୟୋଗରେ ଶୋକ ସଭା


 ଡେଲାଙ୍ଗ---  ପୁରୀ ଜିଲ୍ଲା ଦୁଗ୍ଧ ସଂଘରେ କାର୍ଯ୍ୟରତ ଥିବା ଭାରପ୍ରାପ୍ତ ଅଧିକାରୀ ତଥା ଆଇ, ଆର,ଏସ. ଏସ ,ଆର ଉଗ୍ରେସେନ ପ୍ରଧାନଙ୍କର ଅକାଳ ବିୟୋଗ ହୋଇ ଯାଇଛି । ସ୍ମୃତି ଚାରଣ ଅବଶରେ ଡେଲାଙ୍ଗ ଦୁଗ୍ଧଶୀତଳୀକରଣ କେନ୍ଦ୍ର ପରିସରରେ ଶିକ୍ଷାବିତ୍ତ ତଥା ଦୁଗ୍ଧ ଚାଷୀଜିତେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ୱରେ ଏକ ଶୋକ ସଭା କୋଭିଡ ଆଇନ ଅନୁଯାୟୀ ପାଳିତ ହୋଇଯାଇଛି । ଏହି ସ୍ମୃତି ସଭାରେ ଡେଲାଙ୍ଗ, କଣାସ ଓ ସତ୍ୟବାଦୀ ଦୁଗ୍ଧ ସମିତିର ସଭାପତି , ସମ୍ପାଦକକ ଓ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରାଯିବା ସହ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ରମେଶ ପଟ୍ଟନାୟକ, ଜ୍ଞାନରଞ୍ଜନ ସିଂ, ଉମାକାନ୍ତ ବାରିକ, ମଙ୍ଗୁଳି ସେନାପତି, ସନ୍ତୋଷ କୁମାର ସ୍ୱାଇଁ, ରବିନ୍ଦ୍ର ବରାଳ, ସରତ କୁମାର ଦାସ, ଦିବାକର ବରାଳ, ସୁଦର୍ଶନ ବରାଳ, ଗୌରାଙ୍ଗ ଜେନା, ଶଙ୍କର୍ଷଣ ସ୍ୱାଇଁ, ହେମନ୍ତ କୁମାର ସ୍ୱାଇଁ, ରଶ୍ମୀରଞ୍ଜନ ପରିଡା, ରବିନ୍ଦ୍ର ମହାପାତ୍ର, ମାନ ଗୋବିନ୍ଦ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୦/୬/୨୦୨୧---୪,୨୦ 

 Sakhigopal News, 20/6/2021

ads

Blog Archive

Popular Posts