ads

Breaking News

ସ୍ତ୍ରୀ ହତ୍ୟା ଅଭିଯୋଗରେ ଫେରାର ଥିବା ସ୍ୱାମୀ ଗିରଫ

 ଡେଲାଙ୍ଗ----ଡେଲାଙ୍ଗ ପୁଲିସକୁ ବଡ ସଫଳତା ମିଳିଛି ।  ସ୍ତ୍ରୀ ହତ୍ୟା ଅଭିଯୋଗରେ ଫେରାର ଥିବା ସ୍ୱାମୀକୁ ଡେଲାଙ୍ଗ ପୁଲିସ ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରୁ ଅଟୋ ଚଳାଉଥିବା ଅବସ୍ଥାରେ ଗିରଫ କରିଛି । ପୁଲିସ ସୁତ୍ରରୁ ମିଳିଥିବା ସୁଚନାନୁଯାଇ ଡେଲାଙ୍ଗ ଥାନା ଅର୍ନ୍ତଗତ ସାଉରିଆ ପଞ୍ଚାୟତ ଓଉପଡା ଗ୍ରାମର ଗିତାଞ୍ଜଳି କୋଦମାସିଂହ(୩୩)ଙ୍କୁ ତାଙ୍କ ସ୍ୱାମି ସୋମନାଥ କୋଦାମସିଂହ (୩୮)ମାର୍ଚ୍ଚ ୨୨ ତାରିଖ ଦିନ ଅଧିକ ଯୈାତୁକ ଦାବୀ କରିବା ସହ ମାଡମାରି ହତ୍ୟା କରିଥିବା ନେଇ ଗିତାଞ୍ଜଳିଙ୍କ  ସାନଭଉଣି  ସୁଚିତ୍ରା ପାତ୍ର ଏକ ଲିଖିତ ଅଭିଯୋଗ ଡେଲାଙ୍ଗ ଥାନାରେ କରିଥିଲେ । ଅଭିଯୋଗକୁ ଭିତିକରି ଡେଲାଙ୍ଗ ଥାନାରେ ୬୧/୨୧ରେ ଏକ କେସ ରୁଜୁ ହୋଇଥିଲା । ଘଟଣା ଘଟିବା ଦିନଠାରୁ ଅଭିଯୁକ୍ତ ସ୍ୱାମୀ ସେହି ଦିନ ଠାରୁ ପୁଲିସ ଆଖିରେ ଚକମା ଦେଖାଇ ଫେରାର ରହି ଭୁବନେଶ୍ୱରରେ ଛଦ୍ମବେଶ ଧରି ଅଟୋ ଚଳାଉଥିଲା । ବିଶେଷ ସୁତ୍ରରୁ ଖବର ପାଇ ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନିଦ୍ଦେର୍ଶରେ ଏକ ଟିମ ଗଠନ କରାଯାଇଥିଲା । ଏହି ଟିମ ଭୁବନେଶ୍ୱର ଯାଇ  ବରମୁଣ୍ଡା ନିକଟରେ ଅଟୋ ଚଳାଉଥିବା ଅବସ୍ଥାରେ ସୋମନାଥ କୋଦମାସିଂହଙ୍କୁ ଗରିଫ କରିବାରେ ପୁଲିସ ସଫଳ ହୋଇଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୁଚନା ଦେଇଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୭/୬/୨୦୨୧----୪,୫୦   Sakhigopal News, 17/6/2021

ads

Blog Archive

Popular Posts