ads

Breaking News

ରାସ୍ତାକଡ ଗାର୍ଡଓ୍ବାଲରେ ପିଟିହେଲା ବାଇକ୍ , ୨ ଗୁରୁତର



ଭଞ୍ଜନଗର-- ଭଂଜନଗର ଥାନା, କୁଲାଡ ଫାଣ୍ଡି ଅନ୍ତର୍ଗତ କମଳାବାଡି ଛକ ନିକଟରେ ଥିବା ଗାଡଓ୍ବାର୍ଲକୁ ବାଇକ୍ ପିଟି ହେଇ ଶଳା , ଭିଣେଇ ଗୁରୁତର ହୋଇଥିବା ଜଣାପଡିଛି । ସେମାନେ ହେଲେ , ତାରସିଂ ଥାନା ଅନ୍ତର୍ଗତ ତିଳିସିଙ୍ଗି ଗ୍ରାମର ରାଘବ ଡାକୁଆ ଏବଂ ତାଙ୍କ ଭିଣୋଇ, ଗାଙ୍ଗପୁର ଥାନା ଅନ୍ତର୍ଗତ ଖଇରପୁଟି ଗ୍ରାମରେ ରିଙ୍କୁ ଡାକୁଆ ବୋଲି ଜଣାପଡିଛି । ଖବର ନେବାରେ ରାଘବ ଓ ରିଙ୍କୁ ଉଭୟେ ମିଶି ଏକ ବାଇକ ରେ ତିଳିସିଙ୍ଗି ଗ୍ରାମରୁ ବାହାରି ଭଞ୍ଜନଗର ଅଭିମୁଖେ  ଆସୁଥିବା  ସମୟରେ ବାଇକ୍ ଟି ଭାରସାମ୍ୟ ହରାଇ କମଳାବାଡି ଛକ ନିକଟରେ ଥିବା ଗାର୍ଡଓ୍ବାଲ କୁ ପିଟି ହୋଇଯାଇଥଲା। ଫଳରେ ବାଇକ ରେ ବସିଥିବା ଉଭୟ   ଶଳା ଓ ଭିଣୋଇ , ଛିଟିକିପଡି  ପିଚୁ ରାସ୍ତାରେ ପଡିବାରୁ ଗୁରୁତର ଆହତ ହୋଇଥିଲେ ।ସ୍ଥାନୀୟ ଲାେକମାନେ ଦୁଇ ଜଣଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରିଥିଲେ ।ଦୁହିଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ,୨୩/୬/୨୦୨୧---୯,୧୦ Sakhigopal News,23/6/2021

ads

Blog Archive

Popular Posts