ads

Breaking News

ବିଦ୍ୟୁତ ସମସ୍ୟାର ସମାଧାନ ଦାବିରେ ଗଣଧାରଣା


ଣ୍ଡପଡ଼ା---   ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟ ବନ୍ଦ କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ  ଭାରତୀୟ ବିକାଶ ପରିଷଦର କର୍ମଚାରୀମାନେ ମଙ୍ଗଳବାର ପୂର୍ବାହ୍ନ ୧୧ ଟାରୁ ବିଦ୍ୟୁତ ବିତରକ କମ୍ପାନୀ ଖଣ୍ଡପଡ଼ା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିବା ଜଣାଯାଇଛି। ଭାରତୀୟ ବିକାଶ ପରିଷଦର ଖଣ୍ଡପଡ଼ା ବ୍ଲକ ସଭାପତି ନିରଂଜନ ଦାସଙ୍କ ଆବାହନତ୍ୱରେ ଆୟୋଜିତ ଗଣଧାରଣାରେ ପରିଷଦର କର୍ମକର୍ତ୍ତା ଓ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇଥିଲେ । ଖଣ୍ଡପଡାରେ ତୁରନ୍ତ ବିଦ୍ୟୁତ ଗ୍ରୀଡ଼ ପ୍ରତିଷ୍ଠା କରିବା , ଅଘୋଷିତ ଵିଦ୍ୟୁତ କାଟ ବନ୍ଦ ସହ ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଗଣଧାରଣା ଚାଲୁ ରହିବ ବୋଲି ଭାରତୀୟ ବିକାଶ ପରିଷଦର କାର୍ଯ୍ୟକର୍ତ୍ତା ମାନେ ସୂଚନା ଦେଇଛନ୍ତି । ତେବେ ବିଦ୍ୟୁତ ବିତରଣ କମ୍ପାନୀ T P C O D L ର କୋୖଣସି ଅଧିକାରୀ ଧାରଣ ସ୍ଥଳକୁ ଆସିନଥିବା ଜଣାପଡିଛି । ଯାହାକୁ ନେଇ ଚାପ ଉତ୍ତେଜନା ପ୍ରକାଶ ପାଇଛି ।
ଖଣ୍ଡପଡ଼ା ରୁ ନିରଞ୍ଜନ ଦାସ ,୨୨/୬/୨୦୨୧-+--୧୦,୪୫ Sakhigopal News,22/6/2021

ads

Blog Archive

Popular Posts