ads

Breaking News

ୱାଇଲଡ ହାର୍ଟ ସଂଗଠନ ପକ୍ଷରୁଜିରା ନଦୀ କୂଳରେ ୪୨୦ ବୃକ୍ଷ ରୋପଣ


ବରଗଡ :କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଅମ୍ଳଜାନ ର ଅଭାବରୁ କାହାକୁ ମରିବାକୁ ଦିଆ ଜୀବନାହିଁ । ବୃକ୍ଷ ହିଁ ଜୀବନ ,ଗଛ ବଞ୍ଚିଲେ ଆମେ ବଞ୍ଚିବା ଏହାକୁ ପାଥେୟ କରି
ଆଗେଇ ଆସିଛି ବରଗଡର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ୱାଇଲ୍ଡ ହାର୍ଟ ସଂଗଠନ । ସଂଗଠନ ର ସଭାପତି ଚନ୍ଦ୍ରଭାନୁ ନାୟକଙ୍କ ତତ୍ବାବଧାନରେ  ଏବଂ କର୍ମ କର୍ତ୍ତାଙ୍କ ଉପସ୍ଥିତି ରେ ଆରମ୍ଭ ହୋଇଛି ବୃକ୍ଷ ରୋପଣ ଅଭିଯାନ । ନଦୀପଡା ନିକଟସ୍ଥ ଜିରା ନଦୀ କୂଳରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ବରଗଡ ର ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି  ଅଶ୍ଵିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିବା ବେଳେ ୱାଇର୍ଲଡ ହାର୍ଟ ସଂଗଠନ ର ଆଇନ ପରାମର୍ଶ ଦାତା ଆଶୁତୋଷ ରଥ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ ।  ନଦିପଡା ଯୁବଗୋଷ୍ଠୀ ଙ୍କ ଉଦ୍ୟମରେ  ଜିରା ନଦୀ ପଠା ରେ ଏକ ହଜାରଟି  ଗାତ କରାଯାଇ ୫୮୦ ଗୋଟି ବୃକ୍ଷ ରୋପଣ କରାଯାଇଛି ଏହି କାର୍ଯ୍ୟକ୍ରମ ର ଦ୍ୱିତୀୟ ଦିନରେ ଆଜି ୫୦ ଗୋଟି ଏବଂ ତୃତୀୟ ଦିନରେ ୪୨୦ ଗୋଟି ଗଛ ଲଗାଯାଇଛି । ୱାଇଲଡ ହାର୍ଟ ର ସଭାପତି ଶ୍ରୀ ଚନ୍ଦ୍ରଭାନୁ ନାଏକ ଙ୍କ ସମେତ ସମ୍ପାଦିକା ସୁନିତି ରଥ,ଶିକ୍ଷକ ଉମାକାନ୍ତ ମହାପାତ୍ର,ଗୌରବ ପ୍ରଧାନ, ଫିରୋଜ ପଧାନ,ରାକେଶ ବିଶି, ସାନ ମେହେର, ଆୟୁଷ୍ପାନ ନାଏକ, ବିଶ୍ୱନାଥ ସାହୁ, ଅଭି ବଛା, ରାକେଶ ବିଶି, ରମେଶ ଧାରୁଆ ପ୍ରମୁଖ  ଯୋଗଦାନ କରି ବୃଷ ରୋପଣ କରିଥିଲେ। ମହାମାରି କରୋନା ରେ ଅମ୍ଲୟାନ ର ଅସୁବିଧା ହେତୁ ଏହି ପରି କାଯ୍ୟକ୍ରମ କୁ ହାତକୁ ନିଆଯାଇଛି। ଏହା ସହିଦ ୧ ହଜାର ଗଛ ରୋପଣ କରାଯାଇଛି ବୋଲି ଅନୁଷ୍ଠାନ ର ମହିଳା ପ୍ରମୁଖ ସୁନୀତି ରଥ ଜଣାଇଛନ୍ତି। ଏବଂ ମେସିନ ସାହାର୍ଯ୍ୟ ରେ ଗାତ ଖୋଳି ଗଛ ଗୁଡିକୁ ରୋପଣ କରାଯାଇଥିଲା । ଜୀରାନଦୀ କୁଳ ରେ ଆମ୍ବ, ଲିମ୍ବ, ଗମ୍ଭାରୀ, ଚାଖୁଣ୍ଡା, ତେନ୍ତେଲି, ରକ୍ତ ଚନ୍ଦନ,ଜାମୁ, ପଣସ ଆଦି ବୃକ୍ଷ ରୋପଣ କରାଯାଇଥିବା ଅନୁଷ୍ଠାନ ପକ୍ଷରୁ ସୁଚନା ଦିଆଯାଇଛି ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ , ୨୦/୬/୨୦୨୧-----୫,୦୦। Sakhigopal News,20/6/2021 

ads

Blog Archive

Popular Posts